ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଉତ୍ତରାଖଣ୍ଡ କେଦାରନାଥ ଧାମ ଯାତ୍ରା କରିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ଶନିବାର ସକାଳେ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପରେ ମୋଦୀ କେଦାରନାଥ ଧାମରେ ଚାଲିଥିବା ପୁର୍ନନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।
କେଦାରନାଥରେ ଧ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଲି ଚାଲି ପାହାଡ ଚଢି ଧ୍ୟାନ ଗୁମ୍ଫାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଧ୍ୟାନ ରବିବାର ସକାଳ ପର୍ଯ୍ୟନ୍ତ ଚାଲିବ। ଏହି ଗୁମ୍ଫା କେଦାରନାଥ ମନ୍ଦିରରୁ ପ୍ରାୟ ୨ କିଲୋମିଟର ଦୂର ମନ୍ଦାକିନୀ ନଦୀର ଅପର ପାର୍ଶ୍ବରେ ଅବସ୍ଥିତ। ଏହି ଗୁମ୍ଫାରେ ସବୁ ମୌଳିକ ସୁବିଧା ଉପଲବ୍ଧ ରହିଛି।
ଧ୍ୟାନରେ ପ୍ରଧାନମନ୍ତ୍ରୀ
Popular Categories



