www.samajalive.in
Sunday, December 7, 2025
15.1 C
Bhubaneswar

ଖରା ଦିନେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ

ଅତ୍ୟଧିକ ଖରାରେ ସର୍ବଦା ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ଏହାସହ ଯେକୌଣସି ରୋଗ ହେଲେ ଖରା ଦିନେ ଅନେକ ଅସୁସ୍ଥତା ଅନୁଭବ ହୋଇଥାଏ। ତେବେ ଏହି ସବୁ ସମସ୍ୟାରୁ ସଚେତନ ହେବା ଉଚିତ।

ଖରା ଦିନିଆ ସ୍ବାସ୍ଥ୍ୟ ସମସ୍ୟା :

- Advertisement -

ଅଂଶୁଘାତ :

ଅତ୍ୟଧିକ ଖରା ଓ ଗରମ ଯୋଗୁଁ ବ୍ୟକ୍ତିଙ୍କୁ ଅଂଶୁଘାତର ଶିକାର ହେବାକୁ ପଡିଥାଏ। ଏହାର ପ୍ରଭାବରେ ମୁଣ୍ଡ ବୁଲାଇବା ସହ ବାନ୍ତି ହେବା, ଜ୍ବର ଆସିବା ଲକ୍ଷଣ ଦେଖା ଯାଇଥାଏ। ସେଥିପାଇଁ  ଖରାରେ ବାହାରିବା ବେଳେ ମୁଣ୍ଡକୁ ଘୋଡାଇ ବାହାରନ୍ତୁ। ଖରା ଦିନେ ବିଶେଷ କରି ଅଧିକ ପାଣି ପିଇବା ସହ ନିଜ ସହ ଲେମ୍ବୁ ପାଣି ଓ ଦହି ପାଣି ନେଇ ଯାଆନ୍ତୁ।

ଜଳୀୟ ଅଂଶ କମିଯିବା :

ଶରୀରରେ ଜଳୀୟ ଅଂଶର ଅଭାବ ହେଲେ ବଦହଜମୀ ସମସ୍ୟା ଦେଖା ଯାଇଥାଏ। ବଦହଜମୀ ହେବା ଦ୍ବାରା ମୁଣ୍ଡ ବୁଲାଇବା, କ୍ଲାନ୍ତପଣ, ମୁଣ୍ଡ ବ୍ୟଥା ପରି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦିନକୁ ଅତି କମରେ ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ। ଏହାସହ ଫଳରସ, ଲସି ଓ ଘୋଳ ଦହି ପିଇପାରିବେ।

ଫୁଡ୍‌ ପଏଜନିଂ :

ଖରା ଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ। ବାସୀ ଖାଦ୍ୟ ଖାଇବା ଓ ଦୂଷିତ ପାଣି ପିଇବା ଦ୍ବାରା ଯୋଗୁଁ ଫୁଡ ପଏଜନିଂ ହୋଇଥାଏ। ଏହା ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ବର, ବାନ୍ତି, ଡାଇରିଆ, ମୁଣ୍ଡବ୍ୟଥା ଇତ୍ୟାଦି ହୋଇଥାଏ। ତେଣୁ ବିଶେଷ କରି ଖରାଦିନେ ବାହାରର ଛଣାଛଣି ଖାଦ୍ୟ ନ ଖାଇ ଘର ଖାଦ୍ୟ ଖାଆନ୍ତୁ। ଏହାସହ ଗରମ ଖାଦ୍ୟ ଓ ବିଶୁଦ୍ଧ ପାଣି ପିଅନ୍ତୁ।

ଜଣ୍ଡିସ୍ :

ଖରାଦି​‌ନେ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଅପରିଷ୍କାର ପାଣି ପିଇବା ଦ୍ବାରା ଜଣ୍ଡିସ୍ ହୋଇପାରେ। ଜଣ୍ଡିସ ହେବା ଦ୍ବାରା ନଖ, ମୂତ୍ର, ଚର୍ମ ଓ ଆଖି ହଳଦିଆ ପଡିଯାଏ। ତେଣୁ ବାହାରର ଖାଦ୍ୟ ଖାଆନ୍ତୁ ନାହିଁ ଓ ପରିଷ୍କାର ପାଣି ପିଇବା ସହ ସ୍ବଚ୍ଛ ପରିବେଶରେ ରୁହନ୍ତୁ।

ଟାଇଫଏଡ :

ଖରାଦିନେ ସଂକ୍ରମଣ ଜନିତ ଓ ଦୂଷିତ ପାଣି କାରଣରୁ ଟାଇଫଏଡ ରୋଗ ହୋଇଥାଏ। ଖରା ଦିନେ ବାହାରର ପାଣି ଓ ଖାଦ୍ୟ ଠାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ। ଏହାସହ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୁଅନ୍ତୁ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories