www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଉପକାରୀ ଜାମୁ କୋଳି

ଜାମୁ କୋଳି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟର ଅନେକ ଉପକାର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ …

ସ୍ବାସ୍ଥ୍ୟ ପାଇଁ ଜାମୁ କୋଳିର ଉପକାରିତା :

- Advertisement -

ଜାମୁ କୋଳିର ମଞ୍ଜିକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରା ଅଧିକ ମାତ୍ରାରେ ନିୟନ୍ତ୍ରିତ ହୋଇଥାଏ । ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ।

ଏହା ଭୋକ ବଢ଼ାଇଥାଏ । ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ ।

ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ ।

ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ।

ଏହା କର୍କଟ, ମୁହଁରେ କୁଞ୍ଚନ, ପେଟରେ ପଥର ସୃଷ୍ଟି ଆଦି ରୋଗ ଠାରୁ ରକ୍ଷା କରିଥାଏ ।

ଜାମୁ କୋଳିକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ ।

ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ।

ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ର କରନ୍ତି ତେବେ ଜାମୁକୋଳିର ମଞ୍ଜିକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇ ଥର ଶିଶୁକୁ ଦିଅନ୍ତୁ ।

ଏହାକୁ ଖାଇବା ଦ୍ୱାରା ମୁହଁ ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରିଥାଏ । ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ ।

ତେବେ ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ । ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ କରନ୍ତୁ ନାହିଁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories