www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣିଥରେ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ସିଓଲ/ୱାଶିଂଟନ : ସମସ୍ତ ପ୍ରତିବନ୍ଧକକୁ ବେଖାତିର କରି ଉତ୍ତରକୋରିଆ ପୁଣିଥରେ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହାକୁ ନେଇ ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। କୋରିଆ ସେଣ୍ଟ୍ରାଲ ନ୍ୟୁଜ୍‍ ଏଜେନ୍ସି (କେସିଏନ୍‍ଏ) ଅନୁସାରେ ଗୁରୁବାର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଉତ୍ତରକୋରିଆ ସ୍ୱଳ୍ପଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା।
ଏହା ମଧ୍ୟରେ ଆମେରିକା ପ୍ରତିବନ୍ଧକ ଉଲ୍ଲଙ୍ଘନ ଅଭିଯୋଗରେ ଶୁକବ୍ରାର ଉତ୍ତର କୋରିଆର ଏକ ମାଲବାହୀ ଜାହାଜକୁ ଜବତ କରିନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଉତ୍ତର କୋରିଆ ରାଷ୍ଟ୍ରପତି ତଥା ଏକଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ କଥାବାର୍ତ୍ତା କରିବାକୁ ଇଚ୍ଛା ନାହିଁ। କେସିଏନ୍‍ଏ ଅନୁସାରେ କିମ୍‍ (କମାଣ୍ଡି ଅଧିକାରୀ) କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନିର୍ଦେଶ ଦେଇଥିଲେ। ଦକ୍ଷିଣ କୋରିଆ ନ୍ୟୁଜ୍‍ ଏଜେନ୍ସି ୟୋନହାପ ଅନୁସାରେ ଉତ୍ତର କୋରିଆ ଗୁରୁବାର ପୂର୍ବ ସମୁଦ୍ରରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଗୋଟିଏ କ୍ଷେପଣାସ୍ତ୍ର ୨୭୦ କିମି ଦୂର ଯାଇ ପ୍ରଶାନ୍ତ ମହାସାଗର ମଧ୍ୟରେ ପଡିଥିଲାବେଳେ ଆଉ ଏକ କ୍ଷେପଣାସ୍ତ୍ର ୪୨୦ କିମି ଦୂର ଯାଇ ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ଏହାର ୫ ଦିନ ପୂର୍ବରୁ ମଧ୍ୟ ଉତ୍ତରକୋରିଆ ସ୍ୱଳ୍ପଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ବୋଲି ଦକ୍ଷିଣ କୋରିଆ ନ୍ୟୁଜ୍‍ ଏଜେନ୍ସି ଦାବି କରିଛି। ଏହାକୁ ନେଇ ଆମେରିକା ଓ ଉତ୍ତରକୋରିଆ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକର ଉଲ୍ଲଙ୍ଘନ ଅଭିଯୋଗରେ ଶୁକ୍ରବାର ଆମେରିକା ଉତ୍ତର କୋରିଆର ୧୭ ହଜାର ଟନ କ୍ଷମତା ବିଶିଷ୍ଟ ‘ୱାଇଜ ଅନେଷ୍ଟ’ ନାମକ ଏକ ମାଲବାହୀ ଜାହାଜକୁ ଜବତ କରିଛି।
ପ୍ରକାଶ ଯେ ଟ୍ରମ୍ପ ଏବଂ କିମ୍‍ ଗତ ବର୍ଷ ଜୁନ୍‍ ୧୨ରେ ସିଙ୍ଗାପୁରରେ ଓ ଚଳିତ ବର୍ଷ ଫେବୃଆରୀ ୨୮ରେ ଭିଏତନାମରେ ସାକ୍ଷାତ ଆଲୋଚନା କରିଥିଲେ। ଆଲୋଚନାରୁ ସକାରାତ୍ମକ ସଂକେତ ମିଳିଥିଲା। ମାତ୍ର ଏବେ ଉତ୍ତରକୋରିଆର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କକୁ ବିଗାଡ଼ି ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories