www.samajalive.in
Monday, December 8, 2025
24.1 C
Bhubaneswar

ଏନସିଏମସି ବୈଠକ : ଓଡ଼ିଶାରେ ବିଦ୍ୟୁତ୍‍ ଏବଂ ​ଟେଲି ଯୋଗାଯୋଗ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନିର ତାଣ୍ଡବ ଲୀଳା ପରେ ରାଜ୍ୟରେ ସାଧାରଣ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ବୁଧବାର ଅନୁଷ୍ଠିତ ଜାତୀୟ ଦୁର୍ବିପାକ ପରିଚାଳନା କମିଟି ବୈଠକରେ ଓଡ଼ିଶାରେ ରିଲିଫ ଏବଂ ପୁନଃଥଇଥାନ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ବିଶେ​ଷ କରି ବିଦ୍ୟୁତ୍‍ ଏବଂ ​ଟେଲି ଯୋଗାଯୋଗ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି।

କ୍ୟାବିନେଟ ସଚିବ ପି.କେ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରିଲିଫ ଏବଂ ପୁନଃଥଇଥାନ କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

- Advertisement -

ପୁରୀ-ଖୋର୍ଦ୍ଧା-କଟକ ଓ କେନ୍ଦ୍ରାପଡା ଆଦି କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ରିଲିଫ ଏବଂ ପୁନଃଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଗତିରେ ଚାଲିଛି। ଭୁବନେଶ୍ୱରରେ ବିଦ୍ୟୁତ୍‍ ଏବଂ ପୁରୀରେ ଲ୍ୟାଣ୍ଡଲାଇନ୍‍ ଫୋନ୍‍ ସଂଯୋଗ ଆଂଶିକ ଭାବେ ପୁନଃ ସ୍ଥାପନ କରାଯାଇଛି। ପୁରୀ-ଭୁବନେଶ୍ୱର ଏବଂ ଆଉ କେତେକ କ୍ଷତିଗ୍ରସ୍ତ ଅଞ୍ଚଳରେ ଜଳଯୋଗାଣ ପୁନଃସ୍ଥାପନ କରାଯିବା ପରେ ମୋବାଇଲ ଫୋନ୍‍ ସଂଯୋଗ ଓ ବିଦ୍ୟୁତ୍‍ ଯୋଗାଣ ପୁନଃ ସଂଯୋଗ ଉପରେ ଏବେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବିଦ୍ୟୁତ୍‍ ଏବଂ ମୋବାଇଲ ଫୋନ୍‍ ସଂଯୋଗ ପୁନଃ ସ୍ଥାପନ କରିବା ପାଇଁ ପଡୋଶୀ ରାଜ୍ୟ ଗୁଡ଼ିକରୁ ୫ହଜାର କୁଶଳୀ ଶ୍ରମିକଙ୍କୁ ଅଣାଯାଇଛି। ପୁରୀରେ ପରୀକ୍ଷାମୂଳକ ଭାବେ ଗାଡ଼ି ଗୁଡ଼ିକରେ ସେଲୁଲାର ଟାୱାର ଆରମ୍ଭ ହୋଇଛି। ଖୋର୍ଦ୍ଧା-ପୁରୀ ଲାଇନରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବ୍ୟାଙ୍କିଙ୍ଗ ସେବା ଆରମ୍ଭ ହୋଇଛି ଏବଂ ଏଟିଏମ୍‍ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଜାରି ଅଛି। ଜାତୀୟ ଦୁର୍ବିପାକ ତ୍ୱରିତ ବାହିନୀ ଓ ଓଡ଼ିଶା ଦୁର୍ବିପାକ ର‍୍ୟାପିଡ କାର୍ଯ୍ୟାନୁଷ୍ଠାନ ବାହିନୀ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ତଥା ସିଆର୍‍ପିଏଫ୍‍ ଜବାନ ମାନେ ରାସ୍ତା ସଫା କରୁଛନ୍ତି ଏବଂ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରୁ ଅଳିଆ ଆବର୍ଜନା ଗୁଡ଼ିକ କାଢ଼ୁଛନ୍ତି।
ଭୁବନେଶ୍ୱର ପୌରନିଗମ ପକ୍ଷରୁ ଖାଦ୍ୟ ନିରାପତ୍ତା ଆଇନ୍‍ ଅଧୀନରେ ୨୨ହଜାର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଗତକାଲି ଅଢ଼େଇ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ହଜାରେ ୩୧ଟି ହସ୍ପିଟାଲ ଭାଙ୍ଗିଯାଇଛି ଏବଂ ପୁରୀ ଜିଲ୍ଲାରେ ସବୁଠାରୁ ଅଧିକ ୧୭୨ ଡାକ୍ତରଖାନା ନଷ୍ଟ ହୋଇଯାଇଛି । କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories