କର୍ମଜୀବୀ ମହିଳାଙ୍କ ପାଇଁ ଡାଏଟ ଚାର୍ଟ

ସୁସ୍ଥ ରହିବା ପାଇଁ ଆମେ ସମସ୍ତେ ଉତ୍ତମ ଖାଦ୍ୟ ସହ ବ୍ୟାୟାମ କରିଥାଉ। କିନ୍ତୁ କର୍ମଜୀବୀ ମହିଳାମାନଙ୍କ ପାଇଁ ଏହା କଷ୍ଟକର। ତେଣୁ ସେମାନେ ନିଜକୁ ସୁସ୍ଥ ରଖି ପାରିବା ପାଇଁ ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରିବ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା, କର୍ମଜୀବୀ ମହିଳାଙ୍କ ପାଇଁ କିଛି ଉତ୍ତମ ଖାଦ୍ୟ ଚାର୍ଟ ସମ୍ବନ୍ଧରେ ..

ସ୍ବାସ୍ଥ୍ୟ ଉପଯୋଗୀ ସ୍ନାକ୍ସ :

ପ୍ରତିଦିନ ନିଜ ଡାଏଟରେ ବର୍ଗର, ଚିପ୍ସ, କେକ୍‌କୁ ସାମିଲ କରିବା ପ୍ରାଣଘାତୀ ହୋଇଥାଏ। ତେଣୁ ପ୍ରତିଦିନ ଜଙ୍କଫୁଡ ଖାଇବା ବଦଳରେ ସ୍ବାସ୍ଥ୍ୟ ଉପଯୋଗୀ ଡ୍ରାଏ ଫ୍ରୁଟ୍ସକୁ ସାମିଲ କରନ୍ତୁ। ଏହାସହ ବିଭିନ୍ନ ପ୍ରକାରର ଫଳର ଜୁସ୍ ପ୍ରତ୍ୟେକ ଦିନ ପିଇପାରିବେ।

prayash

ସ୍ବାସ୍ଥ୍ୟକର ଜଳଖିଆ :

ସୁସ୍ଥ ରହିବା ପାଇଁ ସକାଳେ ଜଳଖିଆ ଖାଇବା ଉଚିତ। ଜଳଖିଆରେ ସର୍ବଦା ପ୍ରୋଟିନ୍‌, ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଏହାଦ୍ବାରା ଆପଣ ଦିନ ସାରା ସତେଜ ଅନୁଭବ କରିବେ।

ପର୍ଯ୍ୟାପ୍ତ ପରିମାଣରେ ପାଣି :

ଉତ୍ତମ ସ୍ବାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ତେଣୁ ପ୍ରତ୍ୟେକ ଦିନ ୨ରୁ ୩ଲିଟର ପାଣି ପିଅନ୍ତୁ। ଏହାଦ୍ବାରା ଠିକ ଭାବେ ହଜମ ହୋଇଥାଏ।

kalyan agarbati

Comments are closed.