www.samajalive.in
Monday, December 8, 2025
20.1 C
Bhubaneswar

ପୁରୀଠାରୁ ୭୦କିଲୋମିଟର ଦୂରରେ ‘ଫନି’

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ ‘ଫନି’  ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଉଛି । ‘ଫନି’ ସକାଳ ବର୍ତ୍ତମାନ ସୁଦ୍ଧା ପୁରୀଠାରୁ ମାତ୍ର ୭୦କିଲୋମିଟର ଦୂରରେ ରହିଥିଲାବଳେ ଗୋପାଳପୁର ଠାରୁ ୭୫କିଲୋମିଟର ଦୂରରେ ରହିଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର  ବେଗରେ ଆଗକୁ ବଢୁଛି। ସକାଳ ୮ରୁ ୧୦ଟା ଭିତରେ ପୁରୀ ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ‘ଫନି’ ସ୍ଥଳଭାଗ ଛୁଇଁଲାର ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତିକରିବା ସହ ସମୁଦ୍ରରେ ୧.୫ମିଟର ଜୁଆର ଆସିବାର ପୂର୍ବାନୁମାନ କରାଯାଉଛି। ୪ତାରିଖ ଯାଏଁ ‘ଫନି’ର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ପ୍ରବଳ ବର୍ଷା ଲାଗିରହିଛି। ପୁରୀରେ ପବନର ବେଗ ଘଣ୍ଟା ପ୍ରତି ୧୭୪କିଲୋମିଟର ଥିବା ବେଳେ ଗୋପାଳପୁରରେ ୮୫କିଲୋମିଟର ରହିଛି। ‘ଫନି’ ସ୍ଥଳଭାଗକୁ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦-୧୮୦ କିଲୋମିଟର ରହିବ। ବେଳେ ବେଳେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି । ‘ଫନି’ ପ୍ରଭାବରେ ଓଡ଼ିଶାର ଗୋପାଳପୁରରେ ୧୪୯ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିଲାବେଳେ ଭୁବନେଶ୍ବରରେ ୪୫ମିଲିମିଟର, ପୁରୀରେ-୧୦୦ମିଲିମିଟର, ବାଲେଶ୍ବର-୩୦ ମିଲିମିଟର,ପାରାଦ୍ବୀପ-୨୫ମିଲିମିଟର, ଚାନ୍ଦବାଲି-୩୧ମିମି, ଗୋପାଳପୁରରେ-୧୪୯ମିମି ବର୍ଷା ରେକର୍ଡ଼ କରାଯାଇଛି।

- Advertisement -

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories