www.samajalive.in
Monday, December 8, 2025
17.1 C
Bhubaneswar

ଜଗତସିଂହପୁରରେ ଜନ୍ମନେଲା ‘ଫନି’

ଜଗତସିଂହପୁର : ରାତି ବଢିବା ସଙ୍ଗେ ସଙ୍ଗେ ‘ଫନି’ର କରାଳ ରୂପ ଭୟଙ୍କର ହେବାରେ ଲାଗିଛି। ଅନ୍ଧକାରର କଳାଛାୟାକୁ ଭେଦି ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ‘ଫନି’। ଏଥିମଧ୍ୟରେ ଜଗତସିଂହପୁରରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଏକ ଗର୍ଭବତୀ ମହିଳାଙ୍କ କୋଳରେ ଶିଶୁ ‘ଫନି’ ଜନ୍ମ ନେଇଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବସ୍ତବରେ ଏହା ସତ।
ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଏକ ଶିଶୁ ଜନ୍ମ ନେଇଛି। ବାପା ମା ଏହି ଶିଶୁର ନାମ ‘ଫନି’ ରଖିଛନ୍ତି। ଗୋଟିଏ ପଟେ ବାତ୍ୟା ‘ଫନି’କୁ ନେଇ ରାଜ୍ୟବାସୀ ଚିନ୍ତାରେ ରହିଥିବା ବେଳେ ‘ଫନି’ ଏହି ଦମ୍ପତ୍ତିଙ୍କ ମୁହଁରେ ହସ ଭରିଦେଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories