www.samajalive.in
Monday, December 8, 2025
20.1 C
Bhubaneswar

ବଳାତ୍କାର ପରେ ୩ ନାବାଳିକାଙ୍କୁ ମାରି କୂଅରେ ପିଙ୍ଗିଦେଲେ

ହାଇଦରାବାଦ : ତିନିଦିନ ମଧ୍ୟରେ ଏକ ପରିତ୍ୟକ୍ତ କୂଅରୁ ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବା ନେଇ ତେଲଙ୍ଗାନାରେ ଚାଞ୍ଚଲ୍ୟ ଖେଳିଯାଇଛି। ସେମାନଙ୍କୁ ଯୌନନିର୍ଯାତନା ପରେ ହତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ହାଇଦରାବାଦଠାରୁ ପ୍ରାୟ ୬୦କିମି ଦୂର ୟାଦାରି ଭୂବନଗିରି ଅଞ୍ଚଳର ଏକ ନିର୍ଦିଷ୍ଟ କୂଅରୁ ତିନିଦିନ ପୂର୍ବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମଙ୍ଗଳବାର ଜ​ଣେ ୧୮ବର୍ଷର ଯୁବତୀଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ନିକଟସ୍ଥ ଅନ୍ୟ ଏକ କୂଅରୁ ଜଣେ ୧୧ବର୍ଷର ନାବାଳିକାର ମୃତଦେହ ମଧ୍ୟ ପୁଲିସ ଉଦ୍ଧାର କରିଛି। ଏହି ନାବାଳିକା ୨୦୧୫ ଜୁନ୍‌ରୁ ନିଖୋଜ ଥିଲା। ଗୋଟିଏ ଗାଁରୁ ସମାନ ଢ଼ଙ୍ଗରେ ତିନିଟି ମୃତଦେହ ଉଦ୍ଧାର ନେଇ ପୁଲିସର ଚିନ୍ତା ବଢ଼ିଯାଇଛି।
ସୂଚନାନୁଯାୟୀ, ଗତ ଗୁରୁବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲକୁ ଯାଇ ଘରକୁ ନ ଫେରିବାରେ ପରିବାର ପକ୍ଷରୁ ଥାନାରେ ଏତଲା ଦାୟର ହୋଇଥିଲା। ଖୋଜାଖୋଜି କରିବାରେ ପୁଲିସ ଛାତ୍ରୀର ସ୍କୁଲ ବ୍ୟାଗ୍‌ ଉଦ୍ଧାର କରିଥିଲା। ବ୍ୟାଗ୍‌ ନିକଟରୁ କିଛି ମଦ ବୋତଲ ମଧ୍ୟ ଜବତ ହୋଇଥିଲା। ପରଦିନ ସନ୍ଧ୍ୟାରେ ପୁଲିସ ବୋମାଲାରାମାରାମ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ତାର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ କୂଅ ଥିବା ଜମିର ମାଲିକଙ୍କ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିଲା। ସେମାନଙ୍କ ସୂଚନାମତେ ମଙ୍ଗଳବାର ସମ୍ପୃକ୍ତ କୂଅରୁ ଦ୍ବିତୀୟ ଯୁବତୀଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଦୁଇ ମାସ ହେଲା ନିଖୋଜ ଥିବା ଏବଂ ସେ ଯୁବବନ୍ଧୁଙ୍କ ସହିତ ପଳାଇଥିବା ସନ୍ଦେହ କରି ପରିବାର ପକ୍ଷରୁ ଏତଲା ଦିଆଯାଇ ନ ଥିବାରୁ ଏହି ମୃତଦେହ ତା’ର ହୋଇପାରେ ବୋଲି ପୁଲିସ କହୁଛି। ଏହି ମାମଲାରେ ଜମିର ମାଲିକ ଶ୍ରୀନିବାସ ରେଡ୍ଡିଙ୍କ ପ୍ରତି ପୁଳିସର ସନ୍ଦେହ ଘନୀଭୂତ ହୋଇଛି। ତା’ ନାମରେ ପୂର୍ବରୁ ଜଣେ ଯୌନକର୍ମୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ରହିଛି। ସ୍ଥାନୀୟ ଜନତା ରେଡ୍ଡିର ଘର ଉପରେ ଚଢ଼ଉ ସହ ଭଙ୍ଗାରୁଜା କରିବା ଓ ନିଆଁ ଲଗାଇଦେବା ଉଦ୍ୟମ କରିଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories