www.samajalive.in
Monday, December 8, 2025
20.1 C
Bhubaneswar

ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇର ନିବେଦନ ଉପରେ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ତେବେ ସୁପ୍ରିମକୋର୍ଟ ମଙ୍ଗଳବାର ପିଟିଶନର ଶୁଣାଣି କରି ରାଜୀବଙ୍କୁ ଗିରଫ କରିବା ପାଇଁ କ’ଣ ପ୍ରମାଣ ରଖିଛ ତାହା ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି।

ରାଜୀବ କୁମାର କୋଲକାନା ପୁଲିସ କମିଶନର ଥିବାବେଳେ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିରେ କେତେକ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରି ପଚରାଉଚରା କରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିଥିଲା। ମଙ୍ଗଳବାର ଏହି ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା କିମ୍ବା ଏଥିରେ ତାଙ୍କ ସମ୍ପୃକ୍ତି ରହିଥିବା ନେଇ ସିବିଆଇକୁ କୋର୍ଟରେ ପ୍ରମାଣ ଦେବାକୁ ପଡ଼ିବ। କେବଳ ସତ୍ୟପାଠ ଦାଖଲ କରିବା ଯଥେଷ୍ଟ ନୁହେଁ। ଆମକୁ ପ୍ରମାଣ ଦିଅ, ରେକର୍ଡ ଦେଖାଅ ଯେ ସମ୍ପୃକ୍ତ ବ୍ୟକ୍ତି ପ୍ରମାଣ ନଷ୍ଟରେ ସାମିଲ ରହିଛି। ଆସନ୍ତା ବୁଧବାର ସୁଦ୍ଧା ସତ୍ୟପାଠ ଜରିଆରେ ପ୍ରମାଣ ଦାଖଲ କରିବାକୁ ସୁମ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories