www.samajalive.in
Thursday, December 11, 2025
26.1 C
Bhubaneswar

ରୋହିତଙ୍କ ୧୫% ମ୍ୟାଚ ଫି କଟିଲା

କଲକାତା : ଖେଳାଳିଙ୍କ ଆଚରଣବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚ ଫି’ରୁ ୧୫ ପ୍ରତିଶତ ଅର୍ଥ କଟାଯାଇଛି। ରବିବାର ସ୍ଥାନୀୟ ଇଡେନ ଗାର୍ଡେନ୍‌ସରେ ଖେଳାଯାଇଥିବା ମ୍ୟାଚରେ ଘରୋଇ କଲକାତା ନାଇଟ ରାଇଡର୍ସ ୩୪ ରନରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୨୩୩ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଉଥିବାବେଳେ ରୋହିତ ୧୨ ରନ କରିଥିବାବେଳେ ହ୍ୟାରୀ ଗୁର୍ନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ରୋହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ୟାଭିଲିୟନ ଫେରିବା ପଥରେ ନନ୍‌ ଷ୍ଟ୍ରାଇକର ପଟରେ ଥିବା ୱିକେଟକୁ ଭାଙ୍ଗିଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ପ୍ରତିବାଦରେ ରୋହିତ ରିଭ୍ୟୁ ଆବେଦନ କରିଥିଲେ। ତେବେ ପଡିଆ ଅମ୍ପାୟାରଙ୍କ ନିଷ୍ପତ୍ତି ସହ ତୃତୀୟ ଅମ୍ପାୟାର ଏକମତ ହେବାପରେ ରୋହିତଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଇତିପୂର୍ବରୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ଏକ ମ୍ୟାଚରେ ମୁମ୍ବଇ ବୋଲର ଧିମା ବୋଲିଂ କରିବା ଫଳରେ ଅଧିନାୟକଭାବେ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇସାରିଛି।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories