ନୂଆଦିଲ୍ଲୀ : ଦିଲ୍ଲୀର ଆରକେ ପୁରମ୍ ସେକ୍ଟର ୭ ଅଞ୍ଚଳରେ ରବିବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କ୍ୟାମ୍ପ ବାହାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୮ଟି ଛୋଟ ଘର ପୋଡି ଯାଇଛି। ତେବେ ଏଥିରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି। ଅପରାହ୍ଣ ପ୍ରାୟ ୫ଟା ୧୫ରେ ନିଆଁ ଲାଗିବା ନେଇ ଦମକଳ ବାହିନୀକୁ ଖବର ମିଳିଥିଲା। ୫ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡି ନାହିଁ।
Popular Categories



