www.samajalive.in
Monday, December 8, 2025
20.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ଅକ୍ଷୟ ତୃତୀୟା ଦିନ କିଣାଯାଏ ସୁନାଗହଣା

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୭ତାରିଖରେ ପଡ଼ୁଛି। ମେ ୭ ତାରିଖ , ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ପାଳନ କରାଯିବ।
ଅକ୍ଷୟ ତୃତୀୟା ସୁନା ଗହଣା କିଣିବା ଖୁବ ଶୁଭପ୍ରଦ ବୋଲି କୁହାଯାଏ। ଏହି ଦିନ ସୁନାର ଚାହିଦା ଖୁବ ବଢିଯାଏ। ପ୍ରତ୍ୟେକ ସୁନା ଦୋକାନରେ ଲୋକଙ୍କ ବେଶ ଭିଡ଼ ଜମିବାର ଦେଖିବାକୁ ମିଳେ। ମାତ୍ର ଏହି ଦିନ ସୁନା କିଣିବାର ବିଶେଷ କାରଣ କ’ଣ ରହିଛି ଆସନ୍ତୁ ଜାଣିବା….
ଗ୍ରହଚକ୍ରରେ ଏହି ଦିନଟି ଅତ୍ୟନ୍ତ ଶୁଭ। କୌଣସି ଶୁଭ କାମ ପାଇଁ ଲୋକେ ସାଧାରଣତଃ ଅକ୍ଷୟ ତୃତୀୟା ଦିନଟିକୁ ବାଛି ଥାଆନ୍ତି। କାରଣ ଏହି ଦିନ କୌଣସି ଶୁଭକାର୍ଯ୍ୟ କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ମୁହୂର୍ତ୍ତ ଦେଖିବାକୁ ପଡ଼ିନଥାଏ। ଏପରିକି ସୁନା, ଗାଡ଼ି ଘର ଆଦି କିଣିବା ପାଇଁ ମଧ୍ୟ ଶଭୁସମୟ ଦେଖିବାକୁ ପଡ଼ିନଥାଏ। ଏହି ଦିନ ଯେଉଁ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଅକ୍ଷୟ ତୃତୀୟା ଦିନ ସଠିକ ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ସହ ଓ ସୁନା କିଣିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ମା’ଙ୍କ କୃପା ସର୍ବଦା ରହିଥାଏ।
ଏହି ଦିନ ସୁନା କିଣିଲେ ଜୀବନରେ ଅନନ୍ତ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସୁନା କିଣିଥିବା ବ୍ୟକ୍ତିଙ୍କ ସହ ସମଗ୍ର ପରିବାର ସଦସ୍ୟଙ୍କୁ ମଧ୍ୟ ଏହାର ଶୁଭଫଳ ମିଳେ। ଏହି ଦିନ କିଣିଥିବା ସୁନା ପିଢୀ ଅନୁଯାୟୀ ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ସୁନା ଏକ ମୂଲ୍ୟବାନ ଧାତୁ। ତେଣୁ ଏହି ଦିନରେ କିଣିଥିବା ସୁନା ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ଥିବାରୁ ଲୋକେ ସୁନା କିଣିଥାଆନ୍ତି।
ଅକ୍ଷୟ ତୃତୀୟା ଦିନ ପ୍ରଖର ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠରେ ପଡ଼ିଥାଏ। ସୂର୍ଯ୍ୟ ଖୁବ ଶକ୍ତିଶାଳୀ ହୋଇଥିବାରୁ ଏହି ଦିନ ସୁନା କିଣିବା ଶକ୍ତି ଶୁଭ ପ୍ରତୀକ ବୋଲି ବିଚାର କରାଯାଏ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories