www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ, ଲୁହା ଧାତୁ ସହ କ’ଣ ରହିଛି ଶନିଦେବଙ୍କ ସମ୍ବନ୍ଧ

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶନିଙ୍କୁ ଲୁହାର ଧାତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ମହାଦଶା ରହିଥାଏ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଶନିଙ୍କ କୋପର ଶିକାର ହୋଇଥିବା ବ୍ୟକ୍ତିମାନେ ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ କରିଥାନ୍ତି। ଶନିଙ୍କ କୋପରୁ ବ୍ୟକ୍ତିକୁ ବେଳେବେଳେ ଅନେକ ସ୍ଥାନରେ ଅପମାନିତ ହେବାକୁ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧାତୁ ସହ ଗ୍ରହ ମାନଙ୍କର ସମ୍ବନ୍ଧ ରହିଛି। ଯଦି ଗ୍ରହ ଗୁଡିକ ବିପରୀତ ଦିଗରେ ରହିଥାଏ ତେବେ ମନୁଷ୍ୟ ଜୀବନରେ ନକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଶୁଭ ଓ ଅଶୁଭ ଫଳର କାରଣ ଗ୍ରହମାନେ ହୋଇଥାନ୍ତି। ଗ୍ରହ ସମ୍ବନ୍ଧିତ ଧାତୁ ଧାରଣ କରିବା ଦ୍ୱାରା ସେମାନେ ଶାନ୍ତ ରହିଥାନ୍ତି।ଘୋଡା ନାଲରେ ପ୍ରସ୍ତୁତ ମୁଦିକୁ ପିନ୍ଧିବା ଅଧିକ କ୍ଷେତ୍ରରେ ଶୁଭ ହୋଇଥାଏ। ଏହାର ବ୍ୟବହାର ଦ୍ୱାରା ଦୃଷ୍ଟ ଗ୍ରହର ପ୍ରଭାବ କମ ହୋଇଥାଏ। ଏହା କୁପ୍ରଭାବକୁ ଦୂର କରିବା ସହ ଅନେକ ଶୁଭ ଫଳ ପ୍ରଦାନ କରିଥାଏ। ଘୋଡାର ନାଲ ମୁଦିକୁ ସର୍ବଦା ଡାହାଣ ହାତର ମଧ୍ୟମା ଆଙ୍ଗୁଠୀରେ ପିନ୍ଧିବା ଉଚିତ। କାରଣ ଏହି ଆଙ୍ଗୁଠୀର ତଳ ଭାଗରେ ଶନି ପର୍ବତ ରହିଥାଏ। ବ୍ୟକ୍ତି ଏହି ମୁଦି ଧାରଣ କରିବା ଦ୍ୱାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ।ଶନିଦେବଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଲୁହା ଧାରଣ କରିବା ଉଚିତ। କିନ୍ତୁ ଏହି ଲୁହାକୁ ମୁଦି ରୂପେ ତିଆରି କରି ପିନ୍ଧିବା ଉଚିତ। କଳା ଘୋଡାର ଗୋଡରୁ ନାଲ ବାହାର କରି ତାକୁ ମୁଦି ରୂପେ ପିନ୍ଧିବା ଆବଶ୍ୟକ। ସେହି ନାଲ ଦ୍ୱାରା ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହାକୁ ଶନିବାର ଦିନ ଧାରଣ କରିବା ଉଚିତ। ଅନ୍ୟ କୌଣସି ଦିନ ଧାରଣ କରିବା ଅନୁଚିତ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଘୋଡାର ନାଲ ପିନ୍ଧି ପାରିବେ। ନାଲକୁ ଏପରି ଭାବେ ଧାରଣ କରନ୍ତୁ ଯାହାର ଖୋଲା ଭାଗ ଉପରକୁ ରହିବା ଉଚିତ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories