www.samajalive.in
Thursday, December 11, 2025
26.1 C
Bhubaneswar

ସ୍କୁଲ ଘର ମାଟି ତଳେ ତେଲ ଟାଙ୍କି ଠାବ; ୨୫୦୦ ଲିଟର ଡିଜେଲ ଜବତ

ନୂଆଦିଲ୍ଲୀ,୨୬ା୪: ରାଜଧାନୀର ଗ୍ରେଟର କୈଳାସ-୨ ଅଞ୍ଚଳରେ ଥିବା ଏକ ପ୍ରମୁଖ ଘରୋଇ ସ୍କୁଲ ଘର ଚଟାଣ ତଳେ ଗୋପନୀୟ ଭାବେ ରହିଥିବା ୨୫୦୦ଲିଟର ବିଶିଷ୍ଟ ଡିଜେଲ ଓ ପେଟ୍ରୋଲ ଟାଙ୍କି ଠାବ କରାଯାଇଛି। ସେଥିରୁ ଏହି ପରିମାଣର ଡିଜେଲ ଜବତ ହୋଇଛି। ଗତ ୨୦ତାରିଖରେ ଅଭିଭାବକମାନେ କରିଥିବା ଅଭିଯୋଗ ଆଧାରରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ କେ.ଆର ମଙ୍ଗଳମ୍‌ ସ୍କୁଲ୍‌ର ସ୍ଥାନୀୟ ଶାଖାରେ ଯାଞ୍ଚ କରିବା ସମୟରେ ମାଟି ତଳେ ବେଆଇନ ଭାବେ ରହିଥିବା ଟାଙ୍କି ଠାବ କରାଯାଇଥିଲା। ଏହି ସ୍କୁଲରେ ବ୍ୟାପକ ଅନିୟମିତତା ନେଇ ଅଭିଭାବକମାନେ ଏପ୍ରିଲ ୧୬ରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଭିଯୋଗ କରିଥିଲେ ଓ ସରକାରଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିଲା। ଶୁକ୍ରବାର ଏହି ଟାଙ୍କି ଠାବ ହେବା ପରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ଅଭିଯୋଗରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦାୟର ହୋଇଛି। ସିସୋଦିଆ କହିଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ଏକ ‘ଟାଇମ୍‌ ବମ୍‌’ ଉପରେ ବସାଇଥିଲେ। ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ସୂଚନାନୁଯାୟୀ, ସ୍କୁଲ କୋଠରୀର ଚଟାଣ ତଳେ ଏହି ଟାଙ୍କି ରଖାଯାଇଥିଲା ଓ ଏହା ଉପରେ ବାଲି ଢ଼ାଙ୍କି ଦିଆଯାଇଥିଲା। ଯାଞ୍ଚ ଅଧିକାରୀମାନେ ପୁଲିସ ଉପସ୍ଥିତିରେ ସମ୍ପୃକ୍ତ ସ୍ଥାନକୁ ଖୋଳିବା ପରେ ଏକ ସ୍ବତନ୍ତ୍ର ନିର୍ମାଣରେ ଏହି ଟାଙ୍କିକୁ ଅବସ୍ଥାପିତ କରାଯାଇଥିବା ଓ ସେଥିରୁ ନିୟମିତ ପେଟ୍ରୋଲ ବା ଡିଜେଲ ନିଷ୍କାସନ ପାଇଁ ପାଇପ ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା। ଏହା ନିକଟରେ ବେଆଇନ ପାଣି ବୋରିଂ ମଧ୍ୟ ରହିଥିଲା; ତେବେ ଏହି ତେଲ ଟାଙ୍କି କେବଳ ସ୍କୁଲ ନୁହେଁ; ସମଗ୍ର ଅଞ୍ଚଳ ପାଇଁ ବିପଦ ଥିଲା ବୋଲି ପୁଲିସ କହିଛି। ଏହି ଘଟଣା ପରେ ସିସୋଦିଆ ଶୁକ୍ରବାର ଅଭିଭାବକମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି। ଏହି ସ୍କୁଲର ଅନ୍ୟ ଶାଖାରେ ମଧ୍ୟ ସମାନ ଧରଣର ଚଢ଼ଉ କରାଯିବ ବୋଲି ସିସୋଦିଆ ସୂଚନା ଦେଇଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories