www.samajalive.in
Thursday, December 11, 2025
23.1 C
Bhubaneswar

ଟିକଟକ ଆପ୍‌ ଉପରୁ ନିଷେଧାଦେଶ ହଟାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ .- ମାଡ୍ରାସ ହାଇକୋର୍ଟ ଟିକ୍‌ଟକ୍‌ ଆପ୍‌ ଉପରୁ ନିଷେଧାଦେଶ ହଟାଇ ଦେଇଛନ୍ତି । କିଛି ସର୍ତ୍ତ ସହ ହାଇକୋର୍ଟ ଏହି ନିଷେଧାଦେଶକୁ ହଟାଇଛନ୍ତି । ଏହି ଲୋକପ୍ରିୟ ଆପ୍‌ ଚୀନ୍‌ କମ୍ପାନୀ ବାଇଟ୍‌ଡାଂସର । ମଥୁକୁମାର ନାମକ ଆଇନଜୀବୀ ଟିକ୍‌ଟକ୍‌ ଆପ୍‌ ନିଷେଧ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆପ୍‌ରେ ଅଶୀଳ୍ଳ, ନଗ୍ନ ଓ ଆପତ୍ତିଜନକ ଭିଡିଓ ଅପ୍‌ଲୋଡ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାର ଖରାପ ପ୍ରଭାବ ଯୁବପୀଢିଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଥିଲା । ଏହାର ବିଚାରକରି ମାଡ୍ରାସ ହାଇକୋର୍ଟ ଟିକ୍‌ଟକ୍‌ ଆପ୍‌କୁ ନିଷେଧ  ଘୋଷଣା କରିଥିଲେ । ପରେ ପ୍ଲେ ଷ୍ଟୋର ଓ ଆଇଓଏସ୍‌ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା ।  ଟିକ୍‌ଟକ୍‌ରେ ଅଶୀଳ୍ଳ ଓ ଆପତ୍ତିଜନକ ଭିଡିଓ ଅପଲୋଡ୍‌ ନ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି । ଏପରି କଲେ ଅଦାଲତ ଅବମାନନା ମାମଲା ରୁଜୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି ।ଏହା ସହ ଆପ୍‌ ଉପରୁ ନିଷେଧାଜ୍ଞାକୁ ହଟାଇଛନ୍ତି ।

ଚଳିତମାସରେ ଏହି ଆପ୍‌ରୁ  ମାଡ୍ରାସ ହାଇକୋର୍ଟ ନିଷେଧ ଘୋଷଣା କରିଥିଲେ । ପରେ କମ୍ପାନୀ ସୁପ୍ରିମକୋର୍ଟ ଯାଇଥିଲା ।  ସୁପ୍ରିମକୋର୍ଟ ୨୪ ଏପ୍ରିଲ ମଧ୍ୟରେ ଏହି ମାମଲାର ଶୁଣାଣୀ କରିବା ପାଇଁ କହିଥିଲେ । ଏହି ମାମଲାରେ କୌଣସି ରାୟ ଦେବାକୁ ମନାକରିଥିଲେ । ୨୪ ତାରିଖରେ ମାଡ୍ରାସ ହାଇକୋର୍ଟ କିଛି ସର୍ତ୍ତ ସହ ଏହାର ନିଷେଧାଦେଶକୁ ହଟାଇଛନ୍ତି ।

Hot this week

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

Related Articles

Popular Categories