www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଆତଙ୍କବାଦୀ ନିପାତ !

ନୂଆଦିଲ୍ଲୀ : ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ସମସ୍ତ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ନିପାତ କରିଛନ୍ତି। ସୁରକ୍ଷାକର୍ମୀ ଚଳିତ ବର୍ଷ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ଉ ମାଧ୍ୟମରେ ମୋଟ ୬୬ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଜେଇଏମ୍‌ର ୨୭ ସଦସ୍ୟ ରହିଥିବା ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ପୁଲୱାମା ଆକ୍ରମଣର ମାତ୍ର ୪୫ ଦିନ ମଧ୍ୟରେ ଜେଇଏମ୍‌ର ୧୯ ତାଲିମପ୍ରାପ୍ତ ଆତଙ୍କବାଦୀ ତଥା କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ବୈଷୟିକ ଓ ମାନବ ଗୁଇନ୍ଦା ଉପଯୋଗରେ ଅନୁଷ୍ଠିତ ସ୍ବତନ୍ତ୍ର ଆତଙ୍କବାଦୀ ଦମନ କାର୍ଯ୍ୟକ୍ରମ ଦ୍ବାରା ଏହି ସଫଳତା ମିଳିଥିବା ସରକାରୀ ଭାବେ କୁହାଯାଇଛି।
ସୂଚନାନୁଯାୟୀ, ପୁଲୱାମା ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ୪ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବାବେଳେ ଅନ୍ୟ ୪ଜଣଙ୍କୁ ଗିରଫ କରାଯାଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି କମରନ୍‌, ମୁଷାସିର ଅହମ୍ମଦ ଖାଁ ଓ ସାଜଦ ଭଟ। ସେହିଭଳି ନିଶାର ଅହମ୍ମଦ ଟା​‌େ​‌ଣ୍ଟ୍ର ଓ ସାଜଦ ସମ୍ପ୍ରତି ଏନ୍‌ଆଇଏ ହାଜତରେ ଅଛନ୍ତି। କାଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ୪୦ ଜେଇଏମ୍‌ ସମର୍ଥକଙ୍କୁ ଜେରା ମାଧ୍ୟମରେ ଆତଙ୍କବାଦୀଙ୍କ ସମ୍ବନ୍ଧରେ ସୁରକ୍ଷାକର୍ମୀ ବିଶେଷ ସୂଚନା ସଂଗ୍ରହ କରି ଏଭଳି ସଫଳତା ପାଇଥିବା ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories