www.samajalive.in
Thursday, December 11, 2025
27.1 C
Bhubaneswar

ଆଲାହାବାଦ ଆସନରୁ ଲଢ଼ିପାରନ୍ତି ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦିକା ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢ଼ିବେ କି ନାହଁ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ବାରାଣସୀରୁ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ଇସାରା ଦେଉଥିବାବେଳେ ଏବେ ଆଲାହାବାଦ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତାଙ୍କ ଘନିଷ୍ଠ ସହଯୋଗୀମାନେ ତାଙ୍କୁ ଆଲାହାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ପରାମଶ ଦେଇଥିବା ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କଠାରୁ ସୂଚନା ମିଳିଛି।

ତେବେ ୨୦୧୯ ନିର୍ବାଚନରେ ପ୍ରିୟଙ୍କା ପ୍ରତିଦ୍ବନ୍ଦ୍ବିତା କରିବେ କି ନାହିଁ ତାହା ଏଯାଏ ସ୍ପ​ଷ୍ଟ ହୋଇନାହିଁ। ରବିବାର ପ୍ରିୟଙ୍କା କହିଛନ୍ତି ଯେ, ଯଦି ତାଙ୍କ ଭାଇ ରାହୁଲ ଗାନ୍ଧୀ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହିଲେ ତା’ହେଲେ ସେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଆଲାହାବାଦରେ ଦଳର ସ୍ଥିତି ମଜଭୁତ ଥିବାରୁ ସେଠାରୁ ନିର୍ବାଚନ ଲଢ଼ିବାକୁ ପ୍ରିୟଙ୍କାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ପରାମର୍ଶ ଦେଇଛନ୍ତି। ସେ ଯଦି ଉକ୍ତ ଆସନରୁ ନାମାଙ୍କନପତ୍ର ଦାଖଲ କରନ୍ତି, ତା’ହେଲେ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଦଳର ପ୍ରଭାବ ବୃଦ୍ଧି ପାଇବ ବୋଲି ସମ୍ପୃକ୍ତ ବରିଷ୍ଠ କାର୍ଯ୍ୟକତା ନାମ ଗୋପନ ରଖି କହିଛନ୍ତି। କିନ୍ତୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏ ସମ୍ପର୍କରେ ଚୂଡ଼ାନ୍ତି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

- Advertisement -

ଆଲାହାବାଦ କଂଗ୍ରେସ ସଭାପତି ଅନିଲ ଦ୍ବିବେଦୀ କହିଛନ୍ତି, ୨୦୨୨ ସୁଦ୍ଧା ଦଳ କିପରି ରାଜ୍ୟରେ ସରକାର ଗଢ଼ିବ ସେ ନେଇ ପ୍ରିୟଙ୍କାଙ୍କୁ ଦାୟିତ୍ଵ ଦିଆଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖିଲେ ଲୋକସଭା ନିର୍ବାଚନ ଲଢ଼ିବା ପ୍ରିୟଙ୍କାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories