www.samajalive.in
Tuesday, December 9, 2025
17.1 C
Bhubaneswar

ବେଗୁସରାଇରେ କହ୍ନେୟାଙ୍କୁ ବିରୋଧ, ଲାଗିଲା ଦେଶଦ୍ରୋହୀ ମୁର୍ଦାବାଦ ସ୍ଲୋଗାନ

ପାଟନା : ଜେଏନ୍‍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବିହାର ବେଗୁସରାଇ ଲୋକସଭା ଆସନରୁ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡ଼ିଛି। ସେଠାରେ ଲୋକମାନେ କହ୍ନେୟାଙ୍କୁ ବିରୋଧ କରିବା ସହ ଦେଶଦ୍ରୋହୀ ମୁର୍ଦାବାଦର ସ୍ଲୋଗାନ ଦେଇଛନ୍ତି।
ସୂଚନା ଅନୁସାରେ କହ୍ନେୟା କୁମାର ବେଗୁସରାଇର ରାମଦିରି ଗ୍ରାମରେ ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ କିଛି ଲୋକ ତାଙ୍କୁ ଅଟକାଇ ବିଭିନ୍ନ ପ୍ରଶ୍ନ କରିଥିଲେ।
କେଉଁ ପ୍ରକାରର ସ୍ୱାଧୀନତା ଦରକାର ?
ସାଧାରଣବର୍ଗଙ୍କୁ ଆର୍ଥିକ ଆଧାରରେ ସଂରକ୍ଷଣକୁ କାହିଁକି ବିରୋଧ କରୁଥିଲ ?
ଜେଏନୟୁରେ କାହିଁକି ଭାରତ ତେରେ ଟୁକଡେ ହୋଙ୍ଗେ ସ୍ଲୋଗନ ଦେଇଥିଲ ? ଆଦି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କହ୍ନେୟା ଏହାର ଉତ୍ତରରେ ତମେ ବିଜେପି ସମର୍ଥକ ବୋଲି ପ୍ରଶ୍ନ କରିଥିଲେ। ପ୍ରଶ୍ନ କରୁଥିବା ଲୋକ ଜଣକ ନିଜକୁ ନୋଟାର ସମର୍ଥକ ବୋଲି କହିଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକମାନେ ଦେଶଦ୍ରୋହୀ ମୁର୍ଦବାଦ ସ୍ଲୋଗାନ ଦେଇଥିଲେ। ଏହାର ଏକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories