www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତରାଖଣ୍ଡ ଗାଡିରୁ ୧ କୋଟି ଟଙ୍କା ଜବତ, ୨ ଅଟକ

ନୂଆଦିଲ୍ଲୀ : ପଞ୍ଜାବ ପଟିୟାଲାର ଜିଟି ରୋଡରେ ଏକ କାର ମଧ୍ୟରୁ ନଗଦ ଏକ କୋଟି ଟଙ୍କା ଜବତ ହୋଇଛି । ଏଥିରେ ୨ ହଜାର ଟଙ୍କିଆ ୯୦ ଲକ୍ଷ ଥିବା​‌ ବେଳେ ୫୦୦ ଟଙ୍କିଆ ୧୦ ଲକ୍ଷ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି । ସେମାନେ ନିଜକୁ ବ୍ୟବସାୟୀ ବୋଲି କହିଛନ୍ତି । କିନ୍ତୁ ଏହି ଟଙ୍କା ବିଷୟରେ ସେମାନେ କୗଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୁଲିସ ଟଙ୍କା ଜବତ କରିଛି । ଏହି ଟଙ୍କା ଅମଲୋହ ପଠାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନାଯୋଗ୍ୟ, ଏସପି ସିଟି ରଜଭୋଟ୍ ଗ୍ରେୱାଲଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ରାଜପୁରାର ଜିଟି ରୋଡରେ ଥିବା ଏକ ଢାବା ନିକଟରେ ଡିଏସପି ମନପ୍ରୀତ ସିଂହଙ୍କ ନେତୃତ୍ବରେ ପୁଲିସ ଯାଞ୍ଚ ଚାଲିଥିଲା। ଏହି ସମୟରେ ଉତ୍ତରାଖଣ୍ଡ ନମ୍ବର ଥିବା ଏକ ଗାଡି ଉପରେ ସନ୍ଦେହ ହେବାରୁ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିରୁ ଏକ ଛୋଟ ବ୍ୟାଗ୍ ଜବତ ହୋଥିଲା । ସେଥିରୁ ଏକ କୋଟି ଟଙ୍କା ମିଳିଛି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories