www.samajalive.in
Sunday, December 7, 2025
15.1 C
Bhubaneswar

କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବ-ସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି।
୧୦୦୦ କିଲୋମିଟର ମାରକ କ୍ଷମତା ବିଶିଷ୍ଟ ଏହି ସବ-ସୋନିକ କ୍ରୁଜ କ୍ଷେପଣାସ୍ତ୍ରକୁ ଖୁବଶୀଘ୍ର ସେନାର ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହାୱକ୍‍ କ୍ଷେପଣାସ୍ତ୍ର ସହ ସମାନ ରହିଛି। ‘ନିର୍ଭୟ’ କ୍ଷେପଣାସ୍ତ୍ର ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡ଼ ନେଇପାରିବ ଓ ସଠିକ୍‍ ଭାବେ ଲକ୍ଷ୍ୟ ଭେଦ କରିପାରିବ।
ପ୍ରକାଶଯୋଗ୍ୟ ଯେ ଚୀନ ଏବଂ ପାକିସ୍ତାନ ପଟୁ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଭାରତ ଏକ ଦୂର ମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ମିଶାଇଲ କଣ୍ଟ୍ରୋଲ ରେଜିମ (ଏମ୍‍ଟିସିଆର) ଯୋଗୁଁ ଏଭଳି କ୍ଷେପଣାସ୍ତ୍ର ବିକାଶ କରିବାକୁ ଅନ୍ୟ ଦେଶର ସହଯୋଗ ମିଳିପାରିନଥିଲା। ଏହାବଦ୍‍ ଡିଆରଡିଓ ଏକାକୀ ‘ନିର୍ଭୟ’ ସବ-ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି। ପ୍ରକାଶଯୋଗ୍ୟ ଯେ ମିଶାଇଲ ଟେକ୍ନୋଲୋଜି କଣ୍ଟ୍ରୋଲ ରେଜିମ (ଏମ୍‍ଟିସିଆର) ଏକ ଅନ୍ତର୍ଜାତୀୟ ରପ୍ତାନୀ ନିୟନ୍ତ୍ରଣ ରାଜିନାମା ଅଟେ। ଏହି ରାଜିନାମା କ୍ଷେପଣାସ୍ତ୍ର ଜ୍ଞାନକୌଶଳ ଆଦାନପ୍ରଦାନ ଉପରେ ରୋକ୍‍ ଲଗାଇଥାଏ। ୩୦୦ରୁ ଅଧିକ କିଲୋମିଟର ମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ପାଇଁ ଜ୍ଞାନକୌଶଳ ଆଦାନ ପ୍ରଦାନ ଉପରେ ଏହି ରାଜିନାମା ପ୍ରତିବନ୍ଧକ ଲଗାଇଛି। ୧୯୮୭ରେ ଜି-୭ ସଦସ୍ୟ ଦେଶଙ୍କ ବୈଠକରେ (ଏମ୍‍ଟିସିଆର) ଗଠନ କରାଯାଇଥିଲା। ୨୦୧୬ରେ ଭାରତ ଏହି କ୍ଲବ୍‍ର ସଦସ୍ୟ ହୋଇଥିଲା। ଏହି କାରଣୁ ଭାରତ ଏବଂ ରୁଷ ଦ୍ୱାରା ମିଳିତ ଭାବେ ବିକଶିତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ମାରକ କ୍ଷମତା ୩୦୦ କିଲୋମିଟର ରଖାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories