www.samajalive.in
Monday, December 8, 2025
27.1 C
Bhubaneswar

ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ରୂପର ପୌରାଣିକ କାହାଣୀ

ଭଗବାନ ଶିବ ଭକ୍ତଙ୍କ ନିମନ୍ତେ ଅନେକ ଅବତାର ନେଇ ଥାଆନ୍ତି। ସେହି ଅବତାର ମଧ୍ୟରୁ ଅର୍ଦ୍ଧନାରୀଶ୍ବର ରୂପ ଗୋଟିଏ। ଭଗବାନ ଶିବ ଏହି ରୂପ ନିଜ ଇଚ୍ଛାନୁସାରେ ନେଇଥିଲେ। ଏହି ରୂପରେ ଭଗବାନ ଶିବଙ୍କର ଅଧା ନାରୀ ଓ ଅଧା ପୁରୁଷ ରହିଥିବାର ଦେଖିବାକୁ ମିଳେ। ସେ ଏହି ରୂପରେ ଭକ୍ତଙ୍କୁ ଜଣାଇ ଦେବାକୁ ଚାହୁଁ ଥିଲେ ଯେ, ସୃଷ୍ଟିରେ ପୁରୁଷ ଓ ନାରୀ ସମାନ। ସମାଜ, ପରିବାର ଓ ଜୀବନରେ ପୁରୁଷଙ୍କ ମହତ୍ତ୍ବ ଯେତିକି ନାରୀଙ୍କ ମହତ୍ତ୍ବ ମଧ୍ୟ ସେତିକି ରହିଛି।
ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ରୂପର କାହାଣୀ ସମ୍ବନ୍ଧରେ ..
ପୌରାଣିକ କଥା ଅନୁଯାୟୀ, ଥରେ ବ୍ରହ୍ମା ସୃଷ୍ଟିର ରଚନା କାର୍ଯ୍ୟ ସମାପ୍ତ କରିବା ପରେ ଦେଖିଲେ ଯେ, ସୃଷ୍ଟିର ରଚନା କରିବା ପରେ ତାହାର ବିକାଶ ଠିକ ଭାବେ ହେଉ ନାହିଁ। ସେ ଯେତିକି ପଶୁପକ୍ଷୀ, କୀଟପତଙ୍ଗଙ୍କ ସଂଖ୍ୟା ରଚନା କରିଥିଲେ ତାଙ୍କର କୌଣସି ବୃଦ୍ଧି ହେଉ ନାହିଁ। ଏହା ଦେଖି ବ୍ରହ୍ମା ଚିନ୍ତିତ ହୋଇଗଲେ। ସେ ଏହି ସମସ୍ୟା ପାଇଁ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ କହିଲେ ଯେ, ତୁମେ ଭଗବାନ ଶିବଙ୍କ ଆରାଧନା କର। ‌ସେ ତୁମକୁ କିଛି ଉପାୟ କହିବେ। ଏହା ଶୁଣି ବ୍ରହ୍ମା ଭଗବାନ ଶିବଙ୍କ ତପସ୍ୟା କଲେ। ଏହାଦ୍ବାରା ଭଗବାନ ଶିବ ସେଠାରେ ଉପସ୍ଥିତ ହେଲେ ଓ ତାଙ୍କ ସମସ୍ୟା କଥା ଶୁଣିଲେ।
ସୃଷ୍ଟିର ବିକାଶ ପାଇଁ ଉଭୟ ପୁରୁଷ ଓ ନାରୀଙ୍କୁ ପ୍ରକଟ କରିବାକୁ ଭଗବାନ ଶିବ ବ୍ରହ୍ମାଙ୍କୁ ଜଣାଇଲେ। ସେହି ସମୟରେ ଭଗବାନ ଶିବ ବ୍ରହ୍ମାଙ୍କୁ ବୁଝାଇବାକୁ ଯାଇ ନିଜର ରୂପ ପରିବର୍ତ୍ତନ କରି ଅଧା ପୁରୁଷ ଓ ନାରୀ ରୂପ ଧାରଣ କଲେ। କିନ୍ତୁ ବ୍ରହ୍ମା ନାରୀଙ୍କ ସୃଷ୍ଟି କରିବାକୁ ଅସମର୍ଥ ଥିଲେ। ତେଣୁ ବ୍ରହ୍ମାଙ୍କ ପ୍ରାର୍ଥନା ଶୁଣି ଭଗବାନ ଶିବ ନିଜ ଅର୍ଦ୍ଧନାରୀଶ୍ବର ରୂପରୁ ଏକ ନାରୀଙ୍କ ସୃଷ୍ଟି କରିଥିଲେ। ଏହାଦ୍ବାରା ବ୍ରହ୍ମାଙ୍କ ସମସ୍ୟାର ସମାଧାନ ହୋଇଥିଲା।ଏହାପରେ ଅର୍ଦ୍ଧନାରୀଶ୍ବର ରୂପ ଏକତ୍ର ହୋଇ ଶିବ ପୂର୍ଣ୍ଣ ରୂପେ ପ୍ରକଟ ହେଲେ। ଭଗବାନ ଶିବଙ୍କର ଅର୍ଦ୍ଧନାରୀଶ୍ବର ରୂପକୁ ଆଜି ପର୍ଯ୍ୟନ୍ତ ପୂଜା କରାଯାଉଛି। ଏହାପରେ ସୃଷ୍ଟିର ବିକାଶ ଆରମ୍ଭ ହେଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories