www.samajalive.in
Thursday, December 11, 2025
27.1 C
Bhubaneswar

ଚୀନଠାରୁ ଋଣ ନେଇ ବରବାଦ ହୋଇପାରେ ପାକିସ୍ତାନ; ସବୁ ଦେଶର ସରକାରଙ୍କୁ ଚେତାଇଲା ବିଶ୍ଵ ବ୍ୟାଙ୍କ

ନୂଆଦିଲ୍ଲୀ: ଚୀନଠାରୁ ଋଣ ନେଉଥିବା ଦେଶଗୁଡ଼ିକ ଭୟଙ୍କର ଦଶା ଭୋଗିପାରନ୍ତି। ଚୀନଠାରୁ ଋଣ ନେଇ ପାକିସ୍ତାନ ସମେତ ୮ଟି ଦେଶ ବରବାଦ୍‌ ହୋଇପାରନ୍ତି ବୋଲି ସେଣ୍ଟର ଫର ଗ୍ଲୋବାଲ ଡେଭେଲପମେଣ୍ଟ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାକୁ ଆଧାର କରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଏବଂ ବିଶ୍ଵ ବ୍ୟାଙ୍କ ବିଭିନ୍ନ ଦେଶକୁ ସତର୍କ କରାଇଛନ୍ତି। ଦୁନିଆର ସବୁ ସରକାର ଋଣ ନେବା ସମୟରେ ସର୍ତ୍ତକୁ ନେଇ ଅଧିକ ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ। ଦେଶଗୁଡ଼ିକ ଋଣ ଉପରେ ଅଧିକ ନିର୍ଭରଶୀଳ ହେଉଥିବାରୁ ଏ ନେଇ ବିଶ୍ଵ ବ୍ୟାଙ୍କ ସରକାରମାନଙ୍କୁ ଚେତାଇ ଦେଇଛି।

ସେଣ୍ଟର ଫର ଗ୍ଲୋବାଲ ଡେଭେଲପମେଣ୍ଟ ରିସର୍ଚ୍ଚ ରିପୋର୍ଟ ଅନୁସାନରେ, ପାକିସ୍ତାନ ବ୍ୟତୀତ ତାଜାକିସ୍ତାନ, ଜିବୁତୀ, ମୋଣ୍ଟେନେଗ୍ରୋ, କିରଗିଜସ୍ତାନ, ମଙ୍ଗୋଲିଆ, ଲାଓସ ଏବଂ ମାଳଦ୍ବୀପ ଚୀନଠାରୁ ନେଇଥିବା ଋଣ ସଙ୍କଟରେ ବୁଡି ରହିଛନ୍ତି। ଋଣ ପରିଶୋଧ କରି ନ ପାରିଲେ ଚୀନ ନିଜର ଫାଇଦା ହାସଲ ପାଇଁ ସମ୍ପୃକ୍ତ ଦେଶଗୁଡ଼ିକ ଉପରେ ଚାପ ପକାଇବା ନିଶ୍ଚିତ। ଏହାଦ୍ବାରା ଚୀନ ନିଜର ସୁବିଧା ଅନୁସାରେ ଉକ୍ତ ଦେଶଗୁଡ଼ିକ ସହ ବିଭିନ୍ନ ରାଜିନାମା କରିବାକୁ ବାଧ୍ୟ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ନିକଟରେ ଚୀନ ପକ୍ଷରୁ ପୁଣି ପାକିସ୍ତାନ ଷ୍ଟେଟ୍‌ ବ୍ୟାଙ୍କକୁ ୨.୧ ଅରବ(୨୦୦କୋଟିରୁ ଊର୍ଦ୍ଧ୍ଵ) ଡଲାର ଅର୍ଥରାଶୀ ଋଣ ଦିଆଯିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ପାକିସ୍ତାନର ଖବରକାଗଜ ଡନ୍‌ ପ୍ରକାଶ କରିଛି। ସେହିପରି ପାକିସ୍ତାନର ଆର୍ଥିକ ସମସ୍ୟା ଗମ୍ଭୀର ସ୍ଥିତି ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ବୋଲି ଏକ ରେଟିଂ ଏଜେନ୍ସୀ ଫିଚ୍‌ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତି ଲାଗି ରହିଲେ ପାକିସ୍ତାନ ବରବାଦ୍‌ ହୋଇଯିବ​‌ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।

- Advertisement -

ଚୀନଠାରୁ ଋଣ ନେବା ପରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଉପରେ ଯେଉଁ ପ୍ରଭାବ ପଡୁଛି ତାହାକୁ ଦୃଷ୍ଟିରେ ରଖି ବିଶ୍ଵ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କହିଛନ୍ତି ଯେ, ବିଭିନ୍ନ ଦେଶର ଋଣ ବୋଝ ବଢ଼ୁଥିବାରୁ ସୃଷ୍ଟି ହେଉଥିବା ଚିନ୍ତାଜନକ ପରିସ୍ଥିତି ଭବିଷ୍ୟତରେ ସମ୍ପୃକ୍ତ ଦେଶ ପାଇଁ ବିପଦର କାରଣ ସାଜିପାରେ। ବିଶ୍ଵ ବ୍ୟାଙ୍କର ନବନିଯୁକ୍ତ ଅଧ୍ୟକ୍ଷ ଡେଭିଡ ମଲପାସ୍‌ କହିଛନ୍ତି ଯେ, ୧୮ଟି ଆଫ୍ରିକୀୟ ଦେଶ ବହୁ ଆଗରୁ ଋଣ ସଙ୍କଟରେ ପଡ଼ିଛନ୍ତି। ଏଭଳି ଦେଶର ସଂଖ୍ୟା ବଢ଼ିବାରେ ଲାଗିଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories