www.samajalive.in
Sunday, December 7, 2025
16.1 C
Bhubaneswar

‘ଦବଙ୍ଗ-୩’: ସଲମାନଙ୍କୁ ଏଏସ୍‍ଆଇର ନୋଟିସ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ୍‍ ଖାନ୍‍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ଶୁଟିଂକୁ ନେଇ ଏବେ ଅଡ଼ୁଆରେ ଫଶି ଯାଇଛନ୍ତି। ମଧ୍ୟପ୍ରଦେଶରେ ଚଳଚ୍ଚିତ୍ରର ଶୁଟିଂ ଚାଲିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‍ଆଇ) ସଲମାନଙ୍କ ସମେତ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଟିମକୁ ନୋଟିସ୍‍ ଜାରି କରିଛି। ମଧ୍ୟପ୍ରଦେଶର ମାଣ୍ଡୁ ସ୍ଥିତ ଐତିହାସିକ ଜଲ ମହଲରେ ନିର୍ମାଣ କରିଥିବା ୨ଟି ଶୁଟିଂ ସେଟ୍‍କୁ ହଟାଇବାକୁ ସଲମାନ ଓ ତାଙ୍କ ଟିମକୁ ଏଏସ୍‍ଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସରେ ଏହା ମଧ୍ୟ ଉଲ୍ଳେଖ ରହିଛି ଯେ, ଚଳଚ୍ଚିତ୍ର ନିର୍ମାତା ଯଦି ଏହି ଆଦେଶ ନମାନିବେ ତେବେ ଶୁଟିଂ ବାତିଲ ମଧ୍ୟ କରାଯାଇପାରେ।

ସୂଚନା ଅନୁସାରେ, ପ୍ରଡକ୍ସନ ହାଉସକୁ ଏ ବିଷୟରେ ପୂର୍ବରୁ ଅବଗତ କରାଯାଇଥିଲା। କିନ୍ତୁ ତାଙ୍କ ତରଫରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏଏସ୍‍ଆଇର ନୋଟିସ୍‍ ଅନୁସାରେ, ଚଳଚ୍ଚିତ୍ରର ସଦସ୍ୟମାନେ ସେଠାରେ ଶୁଟିଂ ସେଟ୍‍ ନିର୍ମାଣ କରି ପ୍ରାଚୀନ ସ୍ମାରକ ଏବଂ ପ୍ରତ୍ନତାତ୍ତ୍ବିକ ସ୍ଥଳ ଓ ଅବଶେଷ ଆଇନ ୧୯୫୯ର ଉଲ୍ଲଂଘନ କରିଛନ୍ତି। ଏହାବ୍ୟତୀତ ନର୍ମଦା ନଦୀ ନିକଟସ୍ଥ ଏକ ଦୁର୍ଗର ପ୍ରାଚୀନ ମୂର୍ତ୍ତିକୁ କ୍ଷତି ପହଞ୍ଚଇଥିବା ନେଇ ଚଳଚ୍ଚିତ୍ରର ଟିମ୍‍ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଶୁଟିଂ ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ଦୁର୍ଗରୁ ସେଟ୍‍ ହଟାଇବା ସମୟରେ ସେଠାରେ ଥିବା ଏକ ପ୍ରାଚୀନ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା। ଏହାପୂର୍ବରୁ ଶୁଟିଂ ସେଟରେ ଥିବା ଏକ ଶିବଲିଙ୍ଗକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା।

- Advertisement -

ଉଲ୍ଲେଖଯୋଗ୍ୟ, ‘ଦବଙ୍ଗ-୩’ରେ ସଲମାନ ଓ ସୋନାକ୍ଷୀଙ୍କ ଯୋଡ଼ି ପୁଣିଥରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି। ଖବର ଅନୁସାରେ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ମାସରେ ମୁକ୍ତିଲାଭ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories