www.samajalive.in
Monday, December 8, 2025
27.1 C
Bhubaneswar

ଆପଣାନ୍ତୁ ଏହି ବାସ୍ତୁ ନିୟମ ; ଆପଣଙ୍କ ପିଲା ପରୀକ୍ଷାରେ ହେବ କୃତକାର୍ଯ୍ୟ

ସାଧାରଣତଃ ପ୍ରତ୍ୟେକ ପିତା ମାତା ଚାହାନ୍ତି ତାଙ୍କ ପିଲା ଭଲ ପାଠପଢୁ ଓ ତା’ର ଭବିଷ୍ୟତ ଉଜ୍ବଳ ହେଉ। ତେବେ ତାଙ୍କର ଏହି ଆଶା ସେତେବେଳେ ପୂର୍ଣ୍ଣ ହୋଇଥାଏ ଯେତେବେଳେ ତାଙ୍କ ପିଲା ପାଠ ପଢାରେ ମନ ଲଗାଏ ଓ ପରୀକ୍ଷାରେ ଭଲ ନମ୍ବର ଆଣିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି, ଯାହାକୁ ଉପଯୋଗ କରିବା ଦ୍ବାରା ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ନମ୍ବର ହାସଲ କରିପାରିବେ। ଏହି ଉପାୟ ଦ୍ବାରା ବିଦ୍ୟାର୍ଥୀ ମାନଙ୍କ ପାଠ ପଢିବାରେ ମନ ଲାଗିବା ସହ ତାଙ୍କ ଉପରେ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ସେହି ସବୁ ବାସ୍ତୁ ନିୟମ ବିଷୟରେ –

 

- Advertisement -

ପିଲାଙ୍କ ପଢା ଘରେ ମା’ ସରସ୍ବତୀଙ୍କର ମୂର୍ତ୍ତି ରଖିବା ଉଚିତ ଏବଂ ଏହାକୁ ସକାଳେ ଓ ସନ୍ଧ୍ୟାରେ ପୂଜା ମଧ୍ୟ କରିବା ଆବଶ୍ୟକ। ଏହାଦ୍ବାରା ପିଲାଙ୍କୁ ସକରାତ୍ମକ ଶକ୍ତି ମିଳିଥାଏ।

ପିଲାମାନଙ୍କ ପଢିବା ଘରେ ସୂର୍ଯ୍ୟ କିରଣ ସଠିକ୍ ଭାବେ ପଡ଼ୁଥିବା ଆବଶ୍ୟକ। ଏହାସହିତ ଉଚିତ ମାତ୍ରାରେ ପବନ ପ୍ରବାହିତ ହେବା ଦରକାର। କାରଣ ଏହା ଦ୍ବାରା ଶରୀରରେ ଶକ୍ତି ଜାଗ୍ରତ ହେବା ସହିତ ପିଲାମାନେ ସତେଜ ଅନୁଭବ କରିଥା’ନ୍ତି। ଯଦ୍ବାରା ସେମାନଙ୍କର ପାଠପଢାରେ ମନ ଲାଗିଥାଏ।

ପଢା ଘରେ ନିରାମିଷ ଭୋଜନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ବାତାବରଣ ନକରାତ୍ମକ ହୋଇଥାଏ।

ପଢିବା ଟେବୁଲରେ ଗ୍ଲୋବ ବା ପୀରାମିଡ ରଖନ୍ତୁ, ଯାହା ନକରାତ୍ମକ ଶକ୍ତି ଦୂର କରିଥାଏ।

ପିଲାମାନଙ୍କର ପଢିବା ସ୍ଥାନ ପୂର୍ବ ଦିଗରେ କରନ୍ତୁ। କାରଣ ପିଲାମାନେ ପୂର୍ବ ଦିଗକୁ ମୁହଁ କରି ପଢିବା ଦ୍ବାରା ଶରୀରରେ ଏକାଗ୍ରତା ଜାଗ୍ରତ ହୋଇଥାଏ। ବିଶେଷ ଭାବେ ପଢିବା ବେଳେ ପିଲାମାନଙ୍କ ମୁହଁ ଦକ୍ଷିଣ ଦିଗକୁ ନହେବା ପାଇଁ ଧ୍ୟାନ ରଖନ୍ତୁ।

ପିଲାମାନଙ୍କ ପଢା ଘରେ ଦର୍ପଣ ରଖନ୍ତୁ ନାହିଁ କାରଣ ଏପରି କରିବା ଦ୍ବାରା ପିଲାମାନଙ୍କ ମନ ସ୍ଥିର ରହି ନଥାଏ ଓ ପାଠ ପଢାରେ ମନ ଲାଗେନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories