www.samajalive.in
Monday, December 8, 2025
27.1 C
Bhubaneswar

କୋକୋନଟ ଚିଜ କେକ

ଆବଶ୍ୟକ ସାମଗ୍ରୀ
ପାଉଁରୁଟିର ମାଟିଆ ଅଂଶ – ୨୨୫ ଗ୍ରାମ
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ବଟର ଚିଜ – ୪ ଚାମଚ
କ୍ରିମ ଚିଜ – ୫୫୦ ଗ୍ରାମ
ମିଲ୍କ ମେଡ଼ – ଅଳ୍ପ
କୋକୋନଟ କ୍ରିମ – ୩କପ
କୋରା ନଡ଼ିଆ – ଅଳ୍ପ
ଚକୋଲେଟ କଲର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପାଉଁରୁଟିର ମାଟିଆ ଅଂଶ, ଡ଼ାଲଚିନି ଗୁଣ୍ଡ, ତରଳାଇଥିବା ବଟରକୁ ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖିଦିଅନ୍ତୁ। ଏବେ କିଛି କାଚ ଗ୍ଲାସ ଆଣି ସେଥିରେ ୨ଚାମଚ ଏହି ମିଶ୍ରଣକୁ ଭରନ୍ତୁ। ଏବେ କ୍ରିମ ଚିଜ, ମିଲ୍କମେଡ଼, କୋକେନଟ କ୍ରିମ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏହି ପେଷିଥିବା ମିଶ୍ରଣକୁ ଏକ ଲେୟାର ଭଳି କରି ପୂର୍ବରୁ ରଖିଥିବା ଗ୍ଲାସରେ ଏହି ମିଶ୍ରଣକୁ ଲେୟାର କରି ଦିଅନ୍ତୁ। ଏବେ ଏଭଳି ଭାବେ ୩ ରୁ ୪ଟି ଗ୍ଲାସରେ ମିଶ୍ରଣକୁ ଭରି ୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ। ୨ ଘଣ୍ଟା ପରେ ଏହାକୁ ଫ୍ରିଜରୁ କାଢି ଏହା ଉପରେ କିଛି କ୍ରିମ, କୋରା ନଡ଼ିଆ, ଚକୋଲେଟ ରଙ୍ଗ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୋକୋନଟ ଚିଜ କେକ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories