www.samajalive.in
Monday, December 8, 2025
27.1 C
Bhubaneswar

ଫାଇବର ବାସନରୁ ଦାଗ ଛଡାଇବାର ଉପାୟ

ଆଜିକାଲି ଫାଇବରର ବାସନ ସମସ୍ତେ ଅଧିକ ବ୍ୟବହାର କରୁଛନ୍ତି। ଏହି ଫାଇବରର ବାସନ ରଙ୍ଗବେରଙ୍ଗର ହୋଇଥିବାରୁ ତାକୁ ଅଧିକ ଲୋକ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ବାସନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ସେଥିରେ ଦାଗ ଲାଗି ଯାଇଥାଏ। ଏହି ଦାଗ ଶୀଘ୍ର ଛାଡି ନଥାଏ। ବାସନରେ କିଛି ଖାଦ୍ୟ ଦ୍ରବ୍ୟର ଦୁର୍ଗନ୍ଧ ମଧ୍ୟ ରହିଥାଏ। ବାସନକୁ ଧୋଇବା ଦ୍ବାରା ତାହା ଭଲ ଭାବେ ଯାଇ ନଥାଏ।

ଆସନ୍ତୁ ଜାଣିବା ବାସନରୁ ଖାଦ୍ୟର ଦୁର୍ଗନ୍ଧ ଓ ଦାଗ କିପରି ଛଡାଇବା ..

- Advertisement -

ବେକିଙ୍ଗ ସୋଡା :

ବାସନକୁ ଚମକାଇବା ପାଇଁ ବେକିଙ୍ଗ ସୋଡାର ବ୍ୟବହାର କରାଯାଇଥାଏ। ଏହାର ବ୍ୟବହାର ଦ୍ବାରା ବାସନରୁ ଖାଦ୍ୟର ବାସ୍ନା ମଧ୍ୟ ସହଜରେ ଛାଡି ଯାଇଥାଏ। ଗୋଟିଏ ବାଲଟିରେ ଗରମ ପାଣି ଭର୍ତ୍ତି କରନ୍ତୁ। ଏହାପରେ ସେଥିରେ ୪ଚାମଚ ବେକିଙ୍ଗ ସୋଡା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପେରେ ଫାଇବର ବାସନକୁ ସେଥିରେ ଭଲ ଭାବେ​‌ ବୁଡାଇ ରଖନ୍ତୁ। ଅଧ ଘଣ୍ଟା ପରେ ବାସନଗୁଡିକୁ ସ୍କ୍ରବ ସାହାଯ୍ୟରେ ମାଜି ସଫା ପାଣିରେ ଧୋଇ ଦିଅନ୍ତୁ।

ସିରକା :

ଫାଇବର ବାସନରୁ ଦାଗ ଓ ଗନ୍ଧ ଛଡାଇବା ପାଇଁ ସିରକାର ବ୍ୟବହାର କରାଯାଇଥାଏ। ପାଣିରେ ସିରକାକୁ ମିଶାଇ ବାସନ ଉପରେ ପକାଇ କିଛି ସମୟ ଛାଡି ଦିଅନ୍ତୁ। କିଛି ସମୟ ପରେ ସ୍କ୍ରବ ସାହାଯ୍ୟରେ ମାଜି ସଫା କରନ୍ତୁ। ଏପରି କରିବା ଦ୍ବାରା ବାସନରୁ ଦୁର୍ଗନ୍ଧ ଓ ଦାଗ ଛାଡିଯିବ।

ଲିକ୍ବିଡ କ୍ଲୋରିନ ବ୍ଲିଚ୍ :

ବ୍ଲିଚ୍ ଦ୍ବାରା କପଡାରେ ଲାଗିଥିବା ଦାଗ ଛଡାଯାଇଥାଏ। ଏହା ବାସନରୁ ମଧ୍ୟ ଦାଗ ଛଡାଇବା ପାଇଁ ସହାୟକ ହୋଇଥାଏ। ବାସନରୁ ଆସୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଲିକ୍ବିଡ କ୍ଲୋରିନ ବ୍ଲିଚ୍ ବ୍ୟବହାର କରିବାକୁ ପଡିଥାଏ।

କଫି :

ଫାଇବର ବାସନକୁ ସଫା କରିବା ପାଇଁ କଫିର ବ୍ୟବହାର କରିପାରିବା। ଏଥିପାଇଁ କଫି ପାଉଡରକୁ ବାସନ ଉପରେ ପକାଇ ଛାଡି ଦିଅନ୍ତୁ। କିଛି ସମୟ ପରେ ବାସନକୁ ଭଲ ଭାବେ ମାଜି ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଦାଗ ଛାଡିବା ସହ ଦୁର୍ଗନ୍ଧ ଦୂର ହୋଇଯିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories