www.samajalive.in
Monday, December 8, 2025
27.1 C
Bhubaneswar

ଦଳୀୟ ବିଶୃଙ୍ଖଳା ପାଇଁ ୧୮ଜଣଙ୍କୁ ବିଜେପିରୁ ବହିଷ୍କୃତ

ଭୁବନେଶ୍ୱର:ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳା ପାଇଁ ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ୧୮ଜଣ ଛାମୁଆ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେଥିମଧ୍ୟରେ ଧର୍ମଗଡ ବିଧାନସଭା କ୍ଷେତ୍ରରୁ ରବି ପାଟ୍ଟଯୋଶୀ, ମୋହନା ବିଧାନସଭା କ୍ଷେତ୍ରରୁ ଭରତ ପାଇକ ଓ ଦିଗପହଣ୍ଡି ବିଧାନସଭାକ୍ଷେତ୍ରରୁ ଉତ୍ତମ ପାଣିଗ୍ରାହୀ ଥିବାବେଳେ ପଟାଙ୍ଗୀ ବିଧାନସଭା କ୍ଷେତ୍ରରୁ କୃଷ୍ଣ ଜାନୀ, ଗୁଣୁପୁର ବିଧାନସଭା କ୍ଷେତ୍ରରୁ ରାମମୂର୍ତି ମୁଟ୍ଟିକା, ପଦମପୁର ବିଧାନସଭାକ୍ଷେତ୍ରରୁ ରାଜୁ ଗିଭେଲା, ବିଜେପୁର ବିଧାନସଭା କ୍ଷେତ୍ରରୁ ଲାରୁସ୍ ସିଂହ, ଝାରସୁଗୁଡା ବିଧାନସଭା କ୍ଷେତ୍ରରୁ ପ୍ରଶାନ୍ତ ପଟେଲ, ସୁକାନ୍ତି ହୋତା ଓ ପୁଣ୍ୟବାନ ନାୟକ ରହିଛନ୍ତି।

ସେହିପରି ଲୋଇସିଂହା ବିଧାନସଭା କ୍ଷେତ୍ରରୁ ବଳରାମ ଶାହ, ବୀରମହାରାଜପୁର ବିଧାନସଭା କ୍ଷେତ୍ରରୁ ଆନନ୍ଦ ବାରିକ ଓ ଆଶ୍ରୟମହାନନ୍ଦ, କଂଟାମାଳ ବିଧାନସଭା କ୍ଷେତ୍ରରୁ ସୁଧାଂଶୁ ଡାଙ୍ଗ, ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରୁ ମୀନା କୁମାରୀ ଟହଲ୍, ନୂଆପଡା ବିଧାନସଭାକ୍ଷେତ୍ରରୁ ଯଦୁମଣି ପାଣିଗ୍ରାହୀ, ନର୍ଲା ବିଧାନସଭା କ୍ଷେତ୍ରରୁ କେଦାରନାଥ ରଣାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories