www.samajalive.in
Thursday, December 11, 2025
23.1 C
Bhubaneswar

ମାଳଦ୍ବୀପ ସଂସଦୀୟ ନିର୍ବାଚନ ଏମ୍‍ଡିପିକୁ ସଂଖ୍ୟାଗରିଷ୍ଠତା

ମାଲେ: ମାଳଦ୍ବୀପରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ମାଲ୍‍ଡିଭ୍‍ସ ଡେମୋକ୍ରାଟିକ୍‍ ପାର୍ଟି (ଏମ୍‍ଡିପି) ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି ଓ ପୂର୍ବତନ ରାଷ୍ଟ୍ରପତି ମୋହମ୍ମଦ ନସିଦ୍‍ଙ୍କ ନେତୃତ୍ୱାଧୀନ  ମାଲ୍‍ଡିଭ୍‍ସ ଡେମୋକ୍ରାଟିକ୍‍ ପାର୍ଟି  ୮୭ ସଭ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ୬୬ଟି ଆସନରେ ବିଜୟୀ ହୋଇଛି। ରାଜଧାନୀ ମାଲେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ଉତ୍ସବରେ ରାଷ୍ଟ୍ରପତି ଓ ଶାସକ ମେଣ୍ଟର ମନ୍ତ୍ରୀମାନେ ସାମିଲ
ହୋଇଥିଲେ। ମୋଟ୍‍ ୮୭ଟି ଆସନ ମଧ୍ୟରୁ ଏମ୍‍ଡିପି ୮୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଶନିବାର ଅନୁଷ୍ଠିତ ନିର୍ବାଚନରେ ଶତକଡ଼ା ୭୮ ଭାଗ ମତଦାନ ହୋଇଥିଲା।

୨୦୦୮ ମସିହାରେ ମାଳଦ୍ବୀପରେ ବହୁଦଳୀୟ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତିଷ୍ଠା ହେବା ପରେ ଗୋଟିଏ ଦଳ ପାର୍ଲାମେଣ୍ଟରେ
ପ୍ରଥମ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories