www.samajalive.in
Monday, December 8, 2025
17.1 C
Bhubaneswar

ନବୀନ ସରକାରକୁ ଉପାଡ଼ି ଫିଙ୍ଗ, ମୋଦୀ ସରକାର ଆଣ: ଶାହ

ଗଜପତି: ଓଡ଼ିଶାରେ ବିଜେଡିର ୧୯ ବର୍ଷ ଶାସନ କାଳରେ ଭ୍ରଷ୍ଟାଚାର ବୃଦ୍ଧି ପାଇଛି। ବେକାର ସମସ୍ୟା ବଢ଼ିଛି। ଓଡ଼ିଶା ଲୋକ ଗୁଜରାଟ ଯାଇ ପେଟ ପୋଷୁଛନ୍ତି। ସେପଟେ ୧୯ ବର୍ଷ ଶାସନ କରିଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଶିଖି ପାରିଲେ ନାହିଁ। ଏଭଳି ସରକାରକୁ ଉପାଡ଼ି ଫିଙ୍ଗିଦିଅ ଏବଂ ମୋଦୀ ସରକାର ଆଣ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲା କାଶୀନଗର ବ୍ଲକର ସିଧାମଡଙ୍ଗାଠାରେ ଆୟୋଜିତ ନିର୍ବାଚନୀ ସଭାରେ ଏଭଳି ଆହ୍ବାନ ଦେଇଛନ୍ତି।

ସଭା ଆରମ୍ଭରୁ ଶାହ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ଆଜି ଏପ୍ରିଲ ୧, ଉତ୍କଳ ଦିବସ। ମୋର ସୌଭାଗ୍ୟ ମୁଁ ଆଜି ଓଡ଼ିଶା ଆସିଛି। ବରପୁତ୍ରମାନଙ୍କ କଠିନ ପରିଶ୍ରମରୁ ସ୍ବତନ୍ତ୍ର ଓଡ଼ିଶା ସୃଷ୍ଟି। କିନ୍ତୁ ଦୁର୍ଭାଗ୍ୟର କଥା ୧୯ ବର୍ଷ ପରେ ବି ନବୀନ ଓଡ଼ିଆ କହୁ ନାହାନ୍ତି। ଆପଣ ଏମିତି ମୁଖ୍ୟମନ୍ତ୍ରୀ ବାଛନ୍ତୁ, ଯିଏ ଆପଣଙ୍କ କଥା ବୁଝିପାରିବ, ଯିଏ ଆପଣଙ୍କ ଦୁଃଖ ବୁଝିପାରିବ। ସଙ୍କଳ୍ପ ନିଅନ୍ତୁ, ଏ ଇଂରାଜୀବାଲା ଆଉ ଚଳିବେ ନାହିଁ। ୧୯ ବର୍ଷ ଶାସନ କଲେଣି, ଓଡ଼ିଶାର ବିକାଶ ପାଇଁ କିଛି କଲେନି। ଓଡ଼ିଶାର ହଜାର ହଜାର ଯୁବକ କାହିଁକି ଘରଛାଡ଼ି ସୁରଟ ଯାଉଛି ବୋଲି ସେ ପ୍ରଶ୍ନ କରି କହିଥିଲେ, ବିଜେପି ଆସିଲେ ଓଡ଼ିଶା ଯୁବକଙ୍କୁ ରାଜ୍ୟ ଛାଡ଼ି ଯିବାକୁ ପଡ଼ିବନି। ନବୀନ ପଶ୍ଚିମ ଓଡ଼ିଶା ଏବଂ ମଧ୍ୟ ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରିଛନ୍ତି। ନବୀନ ସରକାରରେ ପ୍ରତି କାମରେ କମିଶନ ନେବା ଚାଲିଛି। ଏମିତି କି ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଛାଡ଼ିନାହାନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ହେଉଛି ଓଡ଼ିଶାର ସମ୍ପତ୍ତି, ଓଡ଼ିଶାର ଲକ୍ଷ୍ମୀ। କିନ୍ତୁ ତାହାର ହିସାବ ସରକାରଙ୍କ ପାଖରେ ନାହିଁ। ସେହିପରି ନବୀନ ସରକାର ଲୋକଙ୍କୁ ପାନୀୟଜଳ ଯୋଗାଇବାରେ ବିଫଳ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସବୁଠାରୁ କମ୍‌ ଲୋକଙ୍କୁ ଶୁଦ୍ଧ ପାନୀୟଜଳ ମିଳୁଛି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଗରିବୀ କିପରି ଦୂର କରାଯାଇପାରିବ ତାହା ନବୀନଙ୍କୁ ଜଣାନାହିଁ। ସେ ନେଇ ଆମେ ନବୀନଙ୍କୁ ମାଗଣାରେ ଟ୍ୟୁସନ ଦେବୁ। କିନ୍ତୁ ସେ ସମୟ ପଳାଇଛି। ଓଡ଼ିଶାକୁ ଏବେ ଜଣେ ଯୁବ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଛି ବୋଲି ଶାହ କହିଥିଲେ।

- Advertisement -

ଅନ୍ୟପଟେ ଶାହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗରେ ସେ କହିଥିଲେ, ସମଝୌତା ଏକ୍ସପ୍ରେସ ମାମଲାରେ ସବୁ ହିନ୍ଦୁ ନିର୍ଦୋଷ ହୋଇଛନ୍ତି। ହିନ୍ଦୁ କେବେ ଆତଙ୍କବାଦୀ ହୁଏ ନାହିଁ। ହିନ୍ଦୁ ଦେଶ ଗଠନ କରେ। ପୁଲୱାମା ଆତଙ୍କବାଦୀ ଆକ୍ରମଣର କଡ଼ା ପ୍ରତିଶୋଧ ନିଆଗଲା। ମୋଦୀ ମୌନୀବାବ ନୁହଁନ୍ତି, ଆତଙ୍କବାଦୀଙ୍କ ଘରେ ପଶି ମାରିଲେ। ଆମକୁ ଯିଏ ଗୁଳି କରିବ ଆମେ ତାଙ୍କୁ ଗୋଳା ମାରିବୁ ବୋଲି ଶାହ କହିଥିଲେ। ଏହି ଅବସରରେ ସେ କହିଥିଲେ ମୁଁ ଯୁଆଡ଼େ ଯାଉଛି ସବୁଠି ଶୁଭୁଛି ମୋଦୀ ସରକାର ଆସିବା ଦରକାର। ଦେଶସାରା ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଲୋକ ଚାହୁଁଛନ୍ତି। ଦେଶରେ ପୁଣି ମୋଦୀ ସରକାର ଆଣିବାକୁ ସଙ୍କଳ୍ପ ନିଅନ୍ତୁ ବୋଲି ଶାହ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories