www.samajalive.in
Monday, December 8, 2025
20.1 C
Bhubaneswar

ବାସ୍ତୁଦୋଷ କାରଣରୁ ପରିବାରରେ ଦେଖା ଦିଏ କଳହ

କିଛି ଘରେ କୌଣସି ନା କୌଣସି କାରଣରୁ ବାଦବିବାଦ ଓ ଝଗଡା ଦେଖା ଦେଇଥାଏ। ଏହାସହ ପରିବାର ସଦସ୍ୟଙ୍କ ଦେହ ମଧ୍ୟ ଖରାପ ହୋଇଥାଏ। ବାସ୍ତୁ ଦୋଷ କାରଣରୁ ଘରେ ଏପରି ସମସ୍ୟା ଦେଖା ଦେଇଥାଏ। କିଛି କଥାକୁ ଧ୍ୟାନ ଦେବା ଦ୍ବାରା ଘରେ ହେଉଥିବା ଅଶାନ୍ତିରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା କେଉଁ ବାସ୍ତୁ ଦୋଷ କାରଣରୁ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ .

କେବେ ବି ଘରର ମୁଖ୍ୟ କବାଟର ରଙ୍ଗ କଳା ରଖନ୍ତୁ ନାହିଁ। ଏହାଦ୍ବାରା ପରିବାରର ମୁଖ୍ୟଙ୍କୁ ଧୋକା, ଅପମାନ ଓ ସମସ୍ତ କ୍ଷେତ୍ରରେ କ୍ଷତିର ସାମନା କରିବାକୁ ପଡିଥାଏ।

- Advertisement -

ଘରର ମୁଖ୍ୟ କବାଟ ଅନ୍ୟ କବାଟ ଠାରୁ ବଡ ହେବା ଉଚିତ। ଯଦି ମୁଖ୍ୟ କବାଟ ଅନ୍ୟ କବାଟ ଠାରୁ ଛୋଟ ରହିଥାଏ ତେବେ ଘରେ ଟଙ୍କାପଇସାର ଅଭାବ ସର୍ବଦା ଲାଗି ରହିଥାଏ।

ସୂର୍ଯ୍ୟ ଉଦୟ ସମୟରେ ଘରର ଝରକା ଖୋଲା ରହିବା ଉଚିତ। ଏହାଦ୍ବାରା ସକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ।

ଘରର ମୁଖ୍ୟ କବାଟ ନିକଟରେ କେବେ ବି କୌଣସି ଅସ୍ତ୍ରଶସ୍ତ୍ର ରଖନ୍ତୁ ନାହିଁ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

ଘରର ଶୟନ କକ୍ଷରେ କେବେ ବି ବେସିନ ରଖିବା ଉଚିତ ନୁହେଁ। ଏହାଦ୍ବାରା ଦମ୍ପତ୍ତିଙ୍କ ସମ୍ପର୍କରେ ଅସୁବିଧା ସୃଷ୍ଟି ହୋଇଥାଏ।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories