www.samajalive.in
Monday, December 8, 2025
27.1 C
Bhubaneswar

ଭୁଲରେ ବି ଏମାନଙ୍କୁ ମାରନ୍ତୁ ନାହିଁ ଗୋଇଠା

ଆପଣ ଚାଲୁଥିବା ବେଳେ ଅଜାଣତ​‌ରେ କୌଣସି ଜିନିଷରେ ଗୋଡ ବାଜି ଯାଇଥାଏ। କିଛି ଲୋକ ଜାଣି କି କାହାକୁ ଗୋଇଠା ମଧ୍ୟ ମାରି ଦେଇଥାଆନ୍ତି। ଶାସ୍ତ୍ର ଅନୁସାରେ​‌, ଏହାକୁ ଖରାପ ଅଭ୍ୟାସ ବୋଲି କୁହାଯାଇଛି। ଏହାଦ୍ବାରା ଆମର ହିଁ ଅନିଷ୍ଠ ହୋଇଥାଏ। କାହା ଦେହରେ ଗୋଡ ବାଜିଗଲେ ଆମେ ସାଧାରଣତଃ ‘ବିଷ୍ଣୁ’ ବୋଲି କହିଥାଉ। କାରଣ ଏପରି କରିବା ଦ୍ବାରା ପାପରୁ ମୁକ୍ତି ମିଳିଥାଏ। କିନ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ରହିଛି ଯେଉଁଥିରେ ଭୁଲରେ ମଧ୍ୟ ଗୋଡ ବାଜିବା ଅନୁଚିତ। ଆସନ୍ତୁ ଜାଣିବା ସେ ସବୁ କ’ଣ ..

ଅଗ୍ନି :

- Advertisement -

ପଞ୍ଚତତ୍ତ୍ବ ମଧ୍ୟ ଅଗ୍ନି ସାମିଲ କରାଯାଇଛି। ଅଗ୍ନିଙ୍କୁ ଦେବତା ରୂପେ ପୂଜା କରାଯାଇଥାଏ। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପୂଜା ପାଇଁ ସ୍ବତନ୍ତ୍ର ବିଧି  ରହିଛି। ତେଣୁ କେବେ ବି ଅଗ୍ନିରେ ଗୋଡ ମାରନ୍ତୁ ନାହିଁ। ଏପରି କରିବା ଦ୍ବାରା ଅଗ୍ନି ଦେବଙ୍କ ଅଭିଶାପ ମିଳିଥାଏ।

ଜଳ :

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଜଳକୁ ମା’ ଗଙ୍ଗାଙ୍କ ସହ ତୁଳନା କରାଯାଇଛି। ମା’ ଗଙ୍ଗାଙ୍କ ଉତ୍ପତ୍ତି ଭଗବାନ ଶିବଙ୍କ ଜଟାରୁ ହୋଇଛି। ତେଣୁ ପାଣି ଥିବା ପାତ୍ରକୁ କେବେ ଗୋଡ ମାରନ୍ତୁ ନାହିଁ। ଏପରି କରିବା ଦ୍ବାରା ମା’ ଗଙ୍ଗାଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ। ଏହାଦ୍ବାରା ଆପଣଙ୍କୁ ପାଣି ପାଇଁ ହନ୍ତସନ୍ତ ହେବାକୁ ପଡିପାରେ।

ଗାଈ :

ଗାଈଙ୍କୁ ହିନ୍ଦୁ ଧର୍ମରେ ଗୋମାତା ବୋଲି କୁହାଯାଏ। ଗୋମାତାଙ୍କୁ ଆମେ ପୂଜା କରିଥାଉ। ତେଣୁ ଗାଈଙ୍କୁ କେବେ ବି ଗୋଇଠା ମାରନ୍ତୁ ନାହିଁ। ଏହାଦ୍ବାରା ଅଭିଶାପ ମିଳିଥାଏ।

ଛୋଟ ଶିଶୁ :

ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ଵୟଂ ଭଗବାନ ବିରାଜମାନ କରିଥାଆନ୍ତି। ପିଲାମାନେ ଦୁନିଆର ମୋହ ମାୟା କିଛି ଜାଣି ନ ଥାଆନ୍ତି। ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନ ଥାଏ। ସେମାନେ ଈଶ୍ଵରଙ୍କ ପରି ପବିତ୍ର ହୋଇ ଥାଆନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲ୍‌ରେ ବି ଗୋଡ଼ ବଜାନ୍ତୁ ନାହିଁ।

ଭାତ ହାଣ୍ଡି :

ଭାତ ହାଣ୍ଡିରେ ଗୋଡ଼ ମାରିବା ଉଚିତ୍‌ ନୁହେଁ। କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ। ତେଣୁ ଆପଣ ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ମଧ୍ୟ ଦେଖିଥିବେ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂର ଥାଉ ଭୁଲରେ ବି ଭାତ ହାଣ୍ଡିରେ ଗୋଡ଼ ମାରନ୍ତି ନାହିଁ। ନହେଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ। ଫଳରେ ଘରେ ଅଭାବ ଅନଟନର ସମସ୍ୟା ଉପୁଜିପାରେ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories