www.samajalive.in
Monday, December 8, 2025
17.1 C
Bhubaneswar

ବକ୍ସ ଅଫିସରେ କମାଲ୍‍ କରୁଛି ‘ଜଙ୍ଗଲୀ’

ମୁମ୍ବଇ : ବିଦ୍ୟୁତ୍‍ ଜାମୱାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗଲୀ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୩.୩୫ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ୱିତୀୟ ଦିନରେ ଏହାର ଆୟରେ ବୃଦ୍ଧି ଘଟିଛି। ମୁକ୍ତିଲାଭର ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ୪.୪୫ କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରେ ଚଳଚ୍ଚିତ୍ର ମୋଟ୍‍ ୭.୭୦ କୋଟି ଟଙ୍କା ଆୟ କରିଛି। ଆଶା କରାଯାଉଛି ଯେ, ‘ଜଙ୍ଗଲୀ’ ସପ୍ତାହ ଶେଷ ସୁଦ୍ଧା ୧୦ କୋଟିରୁ ଅଧିକ ଆୟ କରିବାରେ ସଫଳ ହେବ।

ସୂଚନା ଅନୁସାରେ, ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୨୨ କୋଟି ରହିଛି। ହଲିଉଡ଼ ନିର୍ଦ୍ଦେଶକ ଚକ୍‍ ରସେଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ବିଦ୍ୟୁତଙ୍କ ବ୍ୟତୀତ ଏଥିରେ ପୂଜା ସାୱନ୍ତ, ଆଶା ଭଟ୍ଟ, ମକରନ୍ଦ ଦେଶପାଣ୍ଡେ, ଅତୁଲ କୁଲକର୍ଣ୍ଣୀ ଓ ଅକ୍ଷୟ ଓବରୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories