www.samajalive.in
Monday, December 8, 2025
20.1 C
Bhubaneswar

ମା’ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ବ

ଶୁକ୍ରବାର ଦିନଟି ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ବିଶେଷ ଦିନ ଅଟେ। ଏହି ଦିନ ମା’ଙ୍କର ସଠିକ ବିଧିବିଧାନର ସହ ପୂଜା କରିବା ଦ୍ବାରା ସେ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରାଇବା ଉଚିତ। ଏହାସହ କଉଡି, କେସର, ଚାନ୍ଦିର ଟଙ୍କାକୁ ଏକ ହଳଦିଆ ରଙ୍ଗର କପଡାରେ ବାନ୍ଧି ଧନ ରଖିଥିବା ସ୍ଥାନରେ ରଖନ୍ତୁ। କିଛି ଦିନରେ ଆପଣ ସୁପ୍ରଭାବ ଦେଖି ପାରିବେ। ଏହାଦ୍ବାରା ଘରେ ଧନ ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ।

ଏହାବ୍ୟତୀତ ଶ୍ରୀଯନ୍ତ୍ରକୁ କଞ୍ଚା ଗାଈ କ୍ଷୀରରେ ଅଭିଷେକ କରାଇବା ଉଚିତ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଶ୍ରୀଯନ୍ତ୍ରକୁ ଅଭିଷେକ କରାଇଥିବା କ୍ଷୀରକୁ ଘରର ସାରା ସିଞ୍ଚନ କରନ୍ତୁ। ଏହାଦ୍ବାରା ଘରର ପରିବେଶ ସକାରାତ୍ମକ ରହିବ। ଏହାସହ ଧନ ଲାଭ ହେବ।

- Advertisement -

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା ଓ ବ୍ରତ କରିବା ଦ୍ବାରା ଶୁକ୍ରଗ୍ରହ ମଜଭୂତ ହୋଇଥାଏ। ଏହି ଦିନ ବ୍ରତ କରିବା ଦ୍ବାରା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ହୋଇଥାଏ। ଏହାସହ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଯେଉଁମାନଙ୍କ ଜାତକରେ ଶୁକ୍ରଙ୍କ ଖରାପ ପ୍ରଭାବ ରହିଥାଏ ସେମାନେ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ବ୍ରତ କରିବା ଉଚିତ। କିଛି ବିଶେଷ ଉପାୟରେ ପୂଜା କରିବା ଦ୍ବାରା ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତେଣୁ ସନ୍ଧ୍ୟା ସମୟରେ ଘରର ଐଶାନ୍ୟ କୋଣରେ ଗାଈ ଘିଅର ଦୀପ ପ୍ରଜ୍ବଳିତ କରିବା ଉଚିତ। ଏହାସହ ଲାଲ ରଙ୍ଗର ବତୀ ବ୍ୟବହାର କରିବା ଉଚିତ। ସେଥିରେ ଅଳ୍ପ କେସରର ବ୍ୟବହାର କରିବା ଉଚିତ। ଏତଦ୍ ବ୍ୟତୀତ ଶୁକ୍ରବାର ଦିନ ଦାନଧର୍ମର ବିଶେଷ ମହତ୍ତ୍ବ ରହିଛି। ଏହି ଦିନ ବ୍ରତ ସରିବା ପରେ ଧଳା ରଙ୍ଗର ବସ୍ତୁ କିମ୍ବା ଖାଦ୍ୟ ଦାନ କରିବା ଉଚିତ। ଗାଈଙ୍କର ମଧ୍ୟ ସେବା କରିବା ଉଚିତ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories