www.samajalive.in
Monday, December 8, 2025
27.1 C
Bhubaneswar

ଶୁକ୍ର ଗ୍ରହଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ; ମିଳିବ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଶୁକ୍ର ଗ୍ରହ ସୁଖ-ସମୃଦ୍ଧିର କାରକ ବୋଲି କୁହାଯାଏ। ଅନ୍ୟାନ୍ୟ ଗ୍ରହଙ୍କ ଭଳି ଶୁକ୍ର ଗ୍ରହଙ୍କର ମଧ୍ୟ ଆମେ ଜୀବନ ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ। ସ୍ୱାସ୍ଥ୍ୟ ଓ ସୁନ୍ଦରତା ମଧ୍ୟ ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଅଟେ। ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦରତା, ସଫଳତା ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ତେଣୁ ଜାତକରେ ଶୁକ୍ରଙ୍କ ସ୍ଥିତି ଉତ୍ତମ ରହିବା ପାଇଁ ଓ ଶୁଭଫଳ ପ୍ରାପ୍ତି ପାଇଁ ଆମକୁ କିଛି ସରଳ ଉପାୟ କରିବାକୁ ପଡ଼ିଥାଏ। ଜାଣନ୍ତୁ ସେହି ସରଳ ଉପାୟ ଗୁଡ଼ିକ ବିଷୟରେ….
ଧଳା ରଙ୍ଗ – ଶୁକ୍ରବାର ଦିନ ଶୁକ୍ରଙ୍କର ପ୍ରିୟ ରଙ୍ଗ ଧଳା ରଙ୍ଗ ବସ୍ତୁ ଓ ପୋଷାକର ବ୍ୟବହାର କରନ୍ତୁ। ଏହା ଖୁବ ଶୁଭଫଳା ପ୍ରଦାନ କରିଥାଏ।
ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ –
ଶୁକ୍ରବାର ଦିନ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କର କୃପା ଜୀବନରେ ସର୍ବଦା ରହିଥାଏ।
ଶୁକ୍ର ଦୋଷ ଦୂର ପାଇଁ –
ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଏପରି କଲେ ଶୁକ୍ରଙ୍କର ଦୋଷ ଦୂର ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ।
ଶୁକ୍ରଙ୍କର କୃପା ପ୍ରାପ୍ତି ପାଇଁ ଘରଦ୍ୱାର ସର୍ବଦା ସଫାସୁତୁରା ରଖନ୍ତୁ। ଘର ସଫା ନ ରହିଲେ ଶୁକ୍ରଙ୍କର କୁପ୍ରଭାବ ପଡ଼ିଥାଏ। ତେଣୁ ଶୁକ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘରଦ୍ୱାର ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ।
ଗାଈଙ୍କ ପାଇଁ ଭୋଜନ –
ଶୁକ୍ର ଗ୍ରହଙ୍କ କୃପା ପ୍ରାପ୍ତି ପାଇଁ ନିଜେ ଖାଇବା ପୂର୍ବରୁ ସେହି ଖାଦ୍ୟରୁ କିଛି ଗାଈ, କାଉ, କୁକୁରଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଶୁକ୍ରଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories