www.samajalive.in
Monday, December 8, 2025
27.1 C
Bhubaneswar

ଆଜି ଅଯୋଧ୍ୟାରେ ପ୍ରଚାର କରିବେ ପ୍ରିୟଙ୍କା

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ବାଚନୀ ପ୍ରଚାର କରିବେ। ସେ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ପ୍ରଥମ ଦୁଇଦିନ ସେ କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଆମେଠି ଏବଂ ମା’ ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ରାଏବରେଲୀରେ ପହଞ୍ଚି ରୋଡ୍‌ ଶୋ କରିବା ସହ ଦଳୀୟ କର୍ମୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଶୁକ୍ରବାର ସେ ଅଯୋଧ୍ୟା ଯାଇ ଦଳୀୟ କର୍ମୀମାନଙ୍କ ସହ କଥା ହେବେ। ଅଯୋଧ୍ୟା ଯିବା ପୂର୍ବରୁ ସେ ହନୁମାନ ଗରହୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ସେ ଫଇଜାବାଦରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରି ଅଯୋଧ୍ୟାରେ ପହଞ୍ଚିବେ। ସେଠା​‌ରେ ମଧ୍ୟ ସେ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ କଂଗ୍ରେସର ସ୍ଥିତି ଭଲ ନାହିଁ। ତେଣୁ ସେଠାରେ ଦଳର ସ୍ଥିତିରେ  ସୁଧାର ଆଣିବାକୁ କଂଗ୍ରେସ ପ୍ରିୟଙ୍କାଙ୍କୁ ଦାୟିତ୍ଵ ଦେଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories