www.samajalive.in
Monday, December 8, 2025
27.1 C
Bhubaneswar

ନାମାଙ୍କନପତ୍ର ଦାଖଲ କଲେ ନବୀନ; କହିଲେ ବିପୁଳ ସିଟ୍‌ରେ ଜିତିବୁ

ଗଞ୍ଜାମ: ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ଦଳୀୟ ବିଧାୟକ, ବହୁ ନେତା ଏବଂ କର୍ମୀଙ୍କ ସହ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ। ଉପଜିଲାପାଳ ତାଙ୍କ ପ୍ରାର୍ଥିପତ୍ର ଗ୍ରହଣ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏଥର କେତେ ସିଟ୍‌ରେ ବିଜେଡି ଜିତିବ ବୋଲି ନବୀନଙ୍କୁ ପ୍ରଶ୍ନ କରିଥିଲେ। ନବୀନ ଏହାର ଉତ୍ତର ଦେଇ ଆମେ ପ୍ରଚୁର ସିଟ୍‌ରେ ଜିତିବୁ ବୋଲି କହିଥିଲେ। ଏଥିସହ ସେ ଖୁବଶୀଘ୍ର ବିଜେପୁର ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି କହିଥିଲେ।

ନାମାଙ୍କନପତ୍ର ଦାଖଲ ପୂର୍ବରୁ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଛତ୍ରପୁରର ଶକ୍ତିପୀଠ ତାରାତାରିଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରୁ ସେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ସୂଚନାଯୋଗ୍ୟ, ଗତ ସୋମବାର ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ନିଜେ ୨ଟି ଆସନ ହିଞ୍ଜିଳି ଏବଂ ବିଜେପୁରରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories