www.samajalive.in
Monday, December 8, 2025
27.1 C
Bhubaneswar

ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର କର୍ମଚାରୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କଲେ ସେମାନଙ୍କୁ ସେହି ପରିମାଣରେ ଅଧିକ ପ୍ରୋତ୍ସାହନ ରାଶି ମିଳିବ। ଏହି ରାଶିର ପରିମାଣ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ସୋମବାର ସରକାରୀ ଭାବେ କୁହାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ଏକକାଳୀନ ପ୍ରାୟ ୫ଗୁଣ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି। ପିଏଚ୍‌ଡି ଭଳି ଯୋଗ୍ୟତା ହାସଲ କ୍ଷେତ୍ରରେ ଏଭଳି ପ୍ରୋତ୍ସାହନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ସରକାର ଏ ସମ୍ପର୍କିତ ନିୟମକାନୁନ୍‌କୁ ସଂଶୋଧନ କରିଛନ୍ତି। ଏ ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ପୂର୍ବରୁ ଏହି ରାଶିର ପରିମାଣ ମାତ୍ର ୨ହଜାରରୁ ୧୦ହଜାର ଟଙ୍କା ଥିଲା। ସରକାରୀ ଚାକିରିରେ ଯୋଗଦେବା ପରେ ୩ବର୍ଷ ବା କମ୍‌ ସମୟ ମଧ୍ୟରେ କୌଣସି କର୍ମଚାରୀ ଡିଗ୍ରୀ କିମ୍ବା ଡିପ୍ଲୋମା ଡିଗ୍ରୀ ହାସଲ କଲେ ତାଙ୍କୁ ୧୦ ହଜାର ଟଙ୍କା ମିଳିବ। ସେହିଭଳି ତିନି ବର୍ଷରୁ ଅଧିକ ସମୟ ନେଇ ଉକ୍ତ ଡିଗ୍ରୀ ହାସଲ କଲେ ୧୫ହଜାର ଟଙ୍କା ମିଳିବ। ବର୍ଷକ ମଧ୍ୟରେ ସ୍ନାତକୋତ୍ତର (ପିଜି) ବା ଡିପ୍ଲୋମା ଶେଷ କଲେ ୨୦ହଜାର ଓ ଏହାଠାରୁ ଅଧିକ ସମୟ ନେଲେ ୨୫ହଜାର ଟଙ୍କା ମିଳିବ। ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସର୍ବାଧିକ ୩୦ହଜାର ଟଙ୍କା ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କୌଣସି କର୍ମଚାରୀ ସର୍ବାଧିକ ଦୁଇଥର ପାଇଁ ଏହି ସୁବିଧା ହାସଲ କରିପାରିବେ। କେନ୍ଦ୍ର ସରକାରଙ୍କ ଅଧୀନରେ ସମ୍ପ୍ରତି ସାରା ଦେଶରେ ୪୮ଲକ୍ଷ ୪୧ହଜାର କର୍ମଚାରୀ ଅଛନ୍ତି। ଉପରୋକ୍ତ ବ୍ୟବସ୍ଥା ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଏଥିରେ କୁହାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories