www.samajalive.in
Monday, December 8, 2025
14.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜଙ୍କୁ ଏନକାଉଣ୍ଟର, ବୋମାମାଡ଼ରେ ଆଇଆଇସିଙ୍କ ସମେତ ୩ ପୁଲିସ ଆହତ

କଟକ: କଟକ ମାଲଗୋଦାମ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମନୋଜ ସ୍ବାଇଁ ଓରଫ ମୁନୁଙ୍କୁ ପୁଲିସ ଏନକାଉଣ୍ଟର କରିଛି। ତା’ ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ଚିକିତ୍ସା ପାଇଁ ତା’କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ମନୋଜର ଘର ଜଗତସିଂହପୁର ଜିଲାର ଏରସମା ଅଞ୍ଚଳରେ। ଅନ୍ୟପଟେ ମନୋଜ ପୁଲିସ ଉପରକୁ ବୋମା ଫିଙ୍ଗିବାରୁ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସମେତ ୩ ପୁଲିସ ଆହତ ହୋଇଛନ୍ତି।

ଶନିବାର ରାତିରେ ମାଲଗୋଦାମ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିଲା। ସୋମବାର ବିଳମ୍ବିତ ରାତିରେ ମନୋଜର ପତ୍ତା ମିଳିଥିଲା। ମନୋଜ ଜୋବ୍ରା ଅଞ୍ଚଳରେ ଥିବା ସୂଚନା ପାଇ ଚଢ଼ାଉ କରିଥିଲା। ପୁଲିସ ତା’କୁ ଧରିବାକୁ ଉଦ୍ୟମ କରିବା ସମୟରେ ମନୋଜ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଫଳରେ ପୁଲିସ ପାଲଟା ଗୁଳିମାଡ଼ କରିଥିଲା। ମନୋଜଙ୍କ ବାମ ଗୋଡ଼ରେ ଗୋଟିଏ ଗୁଳିବାଜିବା ପରେ ସେ ତଳେ ପଡ଼ିଯାଇଥିଲା। ତେବେ ଏନକାଉଣ୍ଟର ସମୟରେ  ମନୋଜ ପୁଲିସ ଉପରକୁ ବୋମାମାଡ଼ କରିଥିଲା। ଫଳରେ ଆଇଆଇସିଙ୍କ ସମେତ ୩ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ମନୋଜଠାରୁ ୩ଟି ବୋମା ଜବତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories