www.samajalive.in
Sunday, December 7, 2025
15.1 C
Bhubaneswar

‘୨୦୨୫ ପରେ ପାକିସ୍ତାନ ଭାରତର ଅଂଶ ହେବ’

ମୁମ୍ବଇ: ୨୦୨୫ ମସିହା ପରେ ପାକିସ୍ତାନ ଭାରତର ଅଂଶ ହେବ। ଆରଏସଏସର ବରିଷ୍ଠ ନେତା ଇଂଦ୍ରେଶ କୁମାର ମୁମ୍ବଇରେ ଏକ କାର୍ଯ୍ୟକ୍ରମରେ କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଅଖଣ୍ଡ ଭାରତର ପରିକଳ୍ପନା କରି କହିଥିଲେ, ଆପଣମାନେ ଲେଖି ନିଅନ୍ତୁ, ୫/୭ ବର୍ଷ ପରେ ଆପଣମାନେ କରାଚୀ, ଲାହୋର, ରାୱଲପିଣ୍ଡି, ସିଆଲକୋଟରେ କୋଠାବାଡ଼ି କିଣିବେ ଏବଂ ବ୍ୟବସାୟ କରିବାକୁ ମଧ୍ୟ ସୁଯୋଗ ପାଇବେ। ୧୯୪୭ ପୂର୍ବରୁ ପାକିସ୍ତାନ ନ ଥିଲା। ଲୋକେ କହୁଛନ୍ତି ୧୯୪୫ ପୂର୍ବରୁ ତାହା ହିନ୍ଦୁସ୍ତାନ ଥିଲା। ୨୦୨୫ ପରେ ପୁଣି ପାକିସ୍ତାନ ହିନ୍ଦୁସ୍ତାନ ହୋଇଯିବ।

ସେ ଆହୁରି କହିଥିଲେ, ‘ଭାରତ ସରକାର ପ୍ରଥମ ଥର ପାଇଁ କାଶ୍ମୀର ପ୍ରସଙ୍ଗରେ କଠୋର ନିଷ୍ପତ୍ତି ନେଇଛନ୍ତି। କାରଣ ସେନା ରାଜନୈତିକ ଇଚ୍ଛାଶକ୍ତି ଉପରେ କାମ କରୁଛି। ଏବେ ରାଜନୈତିକ ଇଚ୍ଛାଶକ୍ତି ପରିବର୍ତ୍ତନ ହୋଇଯାଇଛି। ତେଣୁ ମୁଁ ଲାହୋର ଯିବାକୁ ସ୍ବପ୍ନ ଦେଖୁଛି। କୈଳାସ ମନସରୋବର ଯିବା ପାଇଁ ମଧ୍ୟ ଚୀନଠାରୁ ଅନୁମତି ନେବା ଦରକାର ପଡ଼ିବନି। ଢାକାରେ ଆମେ ନିଜ ହାତରେ ସରକାର ତିଆରି କରିଛୁ। ତେଣୁ ଆଗାମୀ ଦିନରେ ୟୁରୋପୀୟ ସଂଘ ଭଳି ଅଖଣ୍ଡ ଭାରତର ଭାରତୀୟ ସଂଘ ଜନ୍ମ ନେବାର ରାସ୍ତା ପ୍ରସ୍ତୁତ ହୋଇପାରେ।’

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories