www.samajalive.in
Monday, December 8, 2025
20.1 C
Bhubaneswar

ନ୍ୟୁଜିଲାଣ୍ଡ ମସଜିଦରେ ଗଣହତ୍ୟା; ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ, ୯ ନିଖୋଜ

ୱେଲିଂଟନ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦରେ ଶୁକ୍ରବାର ଘଟିଥିବା ଗଣହତ୍ୟା ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୁନୈଦ କାରା ଏବଂ ଘର ଗୁଜରାଟର ନବସାରୀ ଅଞ୍ଚଳରେ। କିଛିବର୍ଷ ହେଲା ସେ ନ୍ୟୁଜିଲାଣ୍ଡରେ ନିଜ ପରିବାର ସହ ରହୁଥିଲେ। ଅନ୍ୟପଟେ ଏହି ଘଟଣା ପରଠାରୁ ୯ଭାରତୀୟ ନିଖୋଜ ରହିଛନ୍ତି। ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ହାଇକମିଶନର ସଞ୍ଜୀବ କୋହଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁକ୍ରବାର କ୍ରାଏଷ୍ଟଚର୍ଚ୍ଚରେ ଥିବା ଅଲ ନୁର ଏବଂ ଲିନଉଡ୍‌ ମସଜିଦରେ ନମାଜ ପାଠ ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ସେଠାରେ ଅତର୍କିତ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ୯ ଭାରତୀୟ ନିଖୋଜ ଥିବା ହାଇକମିଶନର ସଞ୍ଜୀବ କୋହଲି ଟୁଇଟ୍‌ କରିଛନ୍ତି। ‘ଏହି ଘୃଣ୍ୟ ଆକ୍ରମଣ ପରେ କ୍ରାଏଷ୍ଟଚର୍ଚ୍ଚର ଯେଉଁ ବ୍ୟକ୍ତିମାନେ ଆମକୁ ପୀଡ଼ିତମାନଙ୍କ ବିଷୟରେ ସବିଶେଷ ତଥ୍ୟ ଦେବାକୁ ଉଦ୍ୟମ କରିଛନ୍ତି ସେମାନଙ୍କୁ ମୋର ଗଭୀର କୃତଜ୍ଞତା’ ବୋଲି ସେ ଟୁଇଟରେ ଦର୍ଶାଇଛନ୍ତି। ଭାରତୀୟ ପୀଡ଼ିତଙ୍କ ପାଇଁ ସେ ୨ଟି ଫୋନ ନମ୍ବର ଜାରି କରି ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories