www.samajalive.in
Sunday, December 7, 2025
15.1 C
Bhubaneswar

ଚାଉଳର ଏପରି ବ୍ୟବହାର ଦ୍ବାରା ଦୂର ହୁଏ ଅସୁବିଧା

ଭାରତୀୟ ସଂସ୍କୃତିରେ ଚାଉଳ ପ୍ରାୟ ସମସ୍ତ ଭଗବାନଙ୍କ ନିକଟରେ ଭୋଗ କରାଯାଇଥାଏ। ହିନ୍ଦୁ ଧର୍ମରେ ଚାଉଳର ଅନେକ ମହତ୍ତ୍ବ ରହିଛି। ଅନେକ ପୂଜାରେ ଚାଉଳକୁ ବ୍ୟବହାର କରାଯାଇଥାଏ। ଚାଉଳ ଅର୍ଥାତ ଅକ୍ଷତ। ଅକ୍ଷତ ଅର୍ଥ ଯାହାର କ୍ଷୟ ହୋଇ ନାହିଁ। କୌଣସି ପୂଜାରେ ତିଳକ ଲଗାଉଥିଲେ ସେଥିରେ ଚାଉଳ ଲଗାଯାଇଥାଏ। ଏପରି କରିବା ଶୁଭ ଅଟେ। ଚାଉଳର କିଛି ଉପାୟ ରହିଛି ଯାହାକୁ ଆପଣେଇ ଜୀବନରେ ଅନେକ ସମସ୍ୟା ଦୂର କରାଯାଇପାରିବ।

ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ..

- Advertisement -

ସୋମବାର ଦିନ ସ୍ନାନ ସାରି ଶିବଲିଙ୍ଗ ପୂଜା କରନ୍ତୁ। ଏହି ପୂଜାରେ ଏକ କିଲୋ ଚାଉଳ ନେଇ ବସନ୍ତୁ। ତାପରେ ଭକ୍ତି ଓ ଶ୍ରଦ୍ଧାର ସହ ଶିବଲିଙ୍ଗ ପୂଜା କରି ଏକ ମୁଠା ଚାଉଳ ଅର୍ପଣ କରନ୍ତୁ। ତାପରେ ବଳି ଥିବା ଚାଉଳକୁ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏପରି ଲଗାତର ୫ଟି ସୋମବାର କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। କାଉଙ୍କୁ ସବୁ ଦିନ କିଛି କିଛି ଚାଉଳ ଖାଇବାକୁ ଦେବା ଦ୍ବାରା ଚାକିରୀ ଓ ବ୍ୟବସାୟରେ ଉତ୍ପନ୍ନ ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଚାଉଳର ଏକ ଉପାୟ ରହିଛି ଯାହା କରିବା ଦ୍ବାରା ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯାଅନ୍ତି। ଏହାସହ ଶତ୍ରୁଙ୍କ କବଳରୁ ରକ୍ଷା ପାଇପାରିବେ। ଏଥିପାଇଁ ୩୮ଦାନା ବିରି ଡାଲି ନେଇ ସେଥିରେ ୪୦ ଦାନା ଚାଉଳ ମିଶାଇ ଦିଅନ୍ତୁ। ତାହାକୁ ଏକ ଗାତରେ ଭର୍ତ୍ତି କରି ଲେମ୍ବୁ ଚିପୁଡି ଦିଅନ୍ତୁ। ଏପରି କରିବା ଦ୍ବାରା ଶତ୍ରୁଙ୍କ ଦ୍ବାରା କରାଯାଇଥିବା ଅସୁବିଧାରୁ ଶୀଘ୍ର ବାହାରି ପାରିବେ।

କୌଣସି ଶୁକ୍ରବାର ଦିନ ରାତି ୧୦ଟାରେ ନିଜ ସମ୍ମୁଖରେ ଏକ କଳସ ରଖନ୍ତୁ। କଳସରେ କେସରରେ ସ୍ବସ୍ତିକ ଚିହ୍ନ କରନ୍ତୁ। ତାପରେ ସେଥିରେ ପାଣି ଭର୍ତ୍ତି କରନ୍ତୁ। ତାପରେ ସେଥିରେ ଚାଉଳ, ଦୂବ ଓ ଏକ ଟଙ୍କା ପକାଇ ଦିଅନ୍ତୁ। ଏକ ଛୋଟ ପ୍ଲେଟରେ ଚାଉଳ ଭର୍ତ୍ତି କରି ସେଥିରେ କଳସକୁ ରଖି ଦିଅନ୍ତୁ। ତାପରେ କଳସ ଉପରେ ଶ୍ରୀଯନ୍ତ୍ର ସ୍ଥାପନ କରନ୍ତୁ। ତା ପରେ କଳସ ସମ୍ମୁଖରେ ଚର୍ତୁମୁଖୀ ଦୀପ ପ୍ରଜ୍ବଳିତ କରନ୍ତୁ। ତାପରେ କୁଙ୍କୁମ ଓ ଚାଉଳ ଦ୍ବାରା ପୂଜା କରନ୍ତୁ। ତାପରେ ୧୦ମିନିଟ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହେବ।

କୌଣସି ମାସର ଶୁକ୍ଳ ପକ୍ଷ ଚତୁର୍ଥୀରେ ଚାନ୍ଦିର ଏକ ପାତ୍ରରେ ଗାଈ କ୍ଷୀର ନିଅନ୍ତୁ। ସେଥିରେ ଚିନି ଓ ଭାତକୁ ନେଇ ମିଶାଇ ଦିଅନ୍ତୁ। ତାପରେ ସେଥିରେ ତୁଳସୀ ପତ୍ର ପକାଇ ସନ୍ଧ୍ୟା ସମୟରେ ଚନ୍ଦ୍ରଙ୍କୁ ଅର୍ପଣ କରନ୍ତୁ। ଏପରି ୪୫ଦିନ ପର୍ଯ୍ୟନ୍ତ କରନ୍ତୁ। ତାପରେ କନ୍ୟା ଭୋଜନ କରାନ୍ତୁ। କନ୍ୟାମାନଙ୍କୁ ଶୃଙ୍ଗାରର କିଛି ଦ୍ରବ୍ୟ ଓ ବସ୍ତ୍ର ଦାନ କରନ୍ତୁ। ଏପରି କରିବା ଦ୍ବାରା ଅବିବାହିତ କନ୍ୟାମାନଙ୍କୁ ଉତ୍ତମ ବର ପ୍ରାପ୍ତି ହେବ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories