www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ଲଢିବେନି ପ୍ରିୟଙ୍କା!

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କଂଗ୍ରେସ ପ୍ରଚାର ଉପରେ ଗୁରୁତ୍ବ ଦେବା ଲାଗି ପ୍ରିୟଙ୍କା ନିର୍ବାଚନ ଲଢିବେ ନାହିଁ ବୋଲି କୁହାଯାଇଛି। ମା’ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀଙ୍କ ସହିତ ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ ପ୍ରଚାର କରିବେ। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଏଥିରେ ପ୍ରିୟଙ୍କାଙ୍କ ନାମ ନାହିଁ। ପ୍ରଥମ ପ୍ରାର୍ଥୀ ତାଲିକା ଅନୁଯାୟୀ ରାହୁଲ ଆମେଥି ଓ ସୋନିଆ ରାୟବରେଲିରୁ ନିର୍ବାଚନ ଲଢିବେ। ସୋନିଆ ଏବେ ଅସୁସ୍ଥ ଥିବା ସତ୍ତ୍ବେ ରାୟବରେଲିରେ ତାଙ୍କୁ ପ୍ରାର୍ଥୀ କରାଯାଇଛି। ସକ୍ରିୟ ରାଜନୀତିରେ ଯୋଗ ଦେଇଥିବା ପ୍ରିୟଙ୍କାକୁ ପ୍ରଥମ ପ୍ରାର୍ଥୀ ତାଲିକାରୁ ବାଦ୍ ଦିଆଯିବା ପରେ ତାଙ୍କର ନିର୍ବାଚନ ଲଢିବା ନେଇ ଅନେକ ଆଲୋଚନା ଚାଲିଛି। ଇତି ମଧ୍ୟରେ ପ୍ରିୟଙ୍କା ନିର୍ବାଚନ ଲଢିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories