www.samajalive.in
Tuesday, December 9, 2025
17.1 C
Bhubaneswar

‘କଳଙ୍କ’ ଟିଜର ରିଲିଜ ସମୟରେ କାହିଁକି କାନ୍ଦିଲେ ଆଲିଆ

ମୁମ୍ବଇ : କରଣ ଜୋହରଙ୍କ ଧର୍ମା ପ୍ରଡ୍‍କସନରେ ନିର୍ମିତ ଚଳଚ୍ଚିତ୍ର କଳଙ୍କର ଟିଜର ମଙ୍ଗଳବାର ମୁକ୍ତିଲାଭ କରିସାରିଛି। ଏହି ଚଳଚ୍ଚିତ୍ର ବହୁ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ସଞ୍ଜୟ ଦତ୍ତ, ମାଧୁରି ଦିକ୍ଷୀତ, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କାପୁର, ବରୁଣ ଧବନ ଭଳି କଳାକାର ରହିଛନ୍ତି। ସମସ୍ତ କଳାକାର ଏହି ଚଳଚ୍ଚିତ୍ର କାହାଣୀ ସହିତ ପ୍ରଭାବିତ ହୋଇଛନ୍ତି। ସେଥିପାଇଁ ଏହି ଚଳଚ୍ଚିତ୍ର ଟିଜର ରିଲିଜ ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା।
ଆଲିଆ କହିଛନ୍ତି, ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ନିର୍ଦ୍ଦେଶକ ଅଭିଷେକ ବର୍ମନ ଓ ପ୍ରଯୋଜକ କରଣ ଜୋହର ଦିନରାତି ଏକ କରିଦେଇଛନ୍ତି। ଏହି ଚଳଚ୍ଚିତ୍ର ମୋ କ୍ୟାରିଅରରେ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ହେବ ବୋଲି ମୁଁ ଆଶା କରିଛି। ପରେ ଆଲିଆ କହିଥିଲେ ମୁଁ ଅଧିକା କହିବିନି କାରଣ ମୋ ମେକଅପ ଖରାପ ହୋଇଯିବ।
ଏହି ଚଳଚ୍ଚିତ୍ରରେ ଅଭିନେତା ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ୨୨ ବର୍ଷ ପରେ ଏକାଠି ନଜର ଆସିବେ। ଚଳଚ୍ଚିତ୍ର କଳଙ୍କ ଏପ୍ରିଲ ୧୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଆଲିଆଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories