www.samajalive.in
Monday, December 8, 2025
17.1 C
Bhubaneswar

ଭୋଟ ଦେଇପାରିବେ ଏନଆରସିରେ ନାମ ନଥିବା ଲୋକ

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)ରେ ନାମ ନଥିବା ଲୋକମାନେ ଆସନ୍ତା ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ ଓ ଏହାଦ୍ୱାରା ସେମାନଙ୍କର ମତଦାନ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ସୁପ୍ରିମକୋର୍ଟରେ କହିଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପ୍ରଶ୍ନ କରିଥିଲେ ଯେ ଯେଉଁ ଲୋକଙ୍କ ନାମ ଏନଆରସିରେ ନାହିଁ ଓ ଭୋଟର ତାଲିକାରେ ଅଛି, ସେମାନଙ୍କ କ୍ଷେତ୍ରରେ କ’ଣ କରାଯିବ। ଏହା ଉପରେ ନିର୍ବାଚନ ଆୟୋଗ ମଙ୍ଗଳବାର ନିଜ ଜବାବ ରଖିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍‍ ସଂଜୀବ ଖନ୍ନାଙ୍କ ଖଣ୍ଡପୀଠ ଏନ୍‍ଆରସି ଯୋଗୁଁ ମତଦାତାଙ୍କ ନାମ ହଟାଇବା ଓ ଯୋଡ଼ିବା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମାର୍ଚ୍ଚ ୨୮ ମଧ୍ୟରେ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦେଶ ଦେଇଛନ୍ତି। ୨୦୧୭, ୨୦୧୮ ଏବଂ ୨୦୧୯ ନିର୍ବାଚନ ଭୋଟର ତାଲିକାଙ୍କ ନାମ ଦେବାକୁ ମଧ୍ୟ କୁହାଯାଇଛି। ଏହା ପୂର୍ବରୁ କୋର୍ଟ ନିର୍ବାଚନ କମିଟି ସଚିବଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ମଙ୍ଗଳବାର ନିର୍ବାଚନ କମିଟି ସଚିବ ସୁପ୍ରିମକୋର୍ଟରେ ହାଜର ହୋଇ କହିଛନ୍ତି ଯେ ଏନ୍‍ଆରସିରେ ନାମ ନଥିବା ଲୋକଙ୍କ ମତାଧିକାର ପ୍ରଭାବିତ ହେବ ନାହିଁ। ଯେଉଁମାନଙ୍କ ନାମ ଭୋଟର ତାଲିକାରେ ଅଛି, ସେମାନେ ଭୋଟ ଦେଇପାରିବେ। ଆୟୋଗଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟକୁ କହିଥିଲେ ଯେ ଗୋପାଳ ସେଠ ଏବଂ ସୁଶାନ୍ତ ସେନଙ୍କ ଆବେଦନକୁ ବିଚାରକୁ ନେବା ଅନୁଚିତ। କାରଣ ଗତ ୩ ବର୍ଷ ହେବ ସେମାନଙ୍କ ନାମ ମତଦାତା ତାଲିକାରୁ ହଟିନାହିଁ। ଏହି ମାମଲାର ଆସନ୍ତା ଶୁଣାଣି ମାର୍ଚ୍ଚ ୨୮ରେ ହେବ।
ପ୍ରକାଶ ଯେ ଆବେଦନକାରୀ କହିଛନ୍ତି ଯେ କେତେକ ଲୋକଙ୍କ ନାମ ଭୋଟର ତାଲିକାରେ ଅଛି ଓ ଏନ୍‍ଆରସିରେ ନାହିଁ। ଏଥିଯୋଗୁଁ ମତଦାନ ପ୍ରଭାବିତ ହେବାର ଆଶଙ୍କା ରହିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories