ଜୟପୁର : କୋରାପୁଟ ଜିଲା ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟି ଯାଇଛି । ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ୍ ଓ ତାଙ୍କ ପତ୍ନୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ପତ୍ନୀ, ଏକ ପୁଅ ଓ ବୋହୂ ସହ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ୍ ଜୟପୁରର ଜୟନାଗ ଛକ ନିକଟରେ ରହୁଥିଲେ । ପୁଅ ବୋହୂ ଘରେ ନଥିବା ବେଳେ ସେଖ ରେହମାନ୍ ଓ ତାଙ୍କ ପତ୍ନୀ ସହ ଘରେ ଥିଲେ । ଶନିବାର ସକାଳେ ପୁଅ ଘର ପହଞ୍ଚି ଦେଖିଲା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ଥିଲା । ପରେ ସେ ପୁଲିସକୁ ଖବର ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ଘର ମଧ୍ୟରୁ ଦମ୍ପତ୍ତିଙ୍କ ମୃତଦେହକୁ ଜବତ କରିଥିଲା । କେହି ଦୁର୍ବୃତ୍ତ ଘରେ କଳାକନା ବୁଲାଇବା ପରେ ବାପା ମା’ଙ୍କୁ ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି ।



