www.samajalive.in
Sunday, December 7, 2025
15.1 C
Bhubaneswar

କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ : ରାହୁଲ ଗାନ୍ଧୀ

ଜୟପୁର/କୋରାପୁଟ : କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ପାସ୍‍ କରିବୁ ବୋଲି କୋରାପୁଟ ଜିଲା ଜୟପୁରରେ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ କହିଛନ୍ତି। ଏହାସହ ୨୦୧୯ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ ଲୋକସଭାରେ ଗୃହିତ କରାଯିବ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଛାତ୍ରୀଙ୍କୁ ମାଗଣା ଶିକ୍ଷା ସହ ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଅଧିକାରୀ ରହିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଅର୍ଥ ନିଗମ ଗଠନ କରାଯିବ। ୧୯୯୬ ମସିହାରୁ ପଡି ରହିଥିବା ମହିଳା ସଂରକ୍ଷଣ ବିଲ୍‍ ଗୃହିତ କରାଯିବ। ଫଳରେ ଲୋକସଭା ଏବଂ ବିଧାନ ସଭାରେ ମହିଳା ମାନଙ୍କୁ ୩୩ପ୍ରତିଶତ ସଂରକ୍ଷଣ ମିଳିବ।

ଜୟପୁରରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଛାତ୍ରୀ ଏବଂ ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ। ତିନୋଟି ରାଜ୍ୟରେ ଦଳ ବିଜୟ ହାସଲ କରିଥିବାରୁ ବେଶ୍‍ ଆତ୍ମବିଶ୍ୱାସର ସହିତ ସେ ଦଳର କାର୍ଯ୍ୟକର୍ତ୍ତା ଓ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ମହିଳା ମାନଙ୍କ ପାଇଁ ମାଗଣାରେ ଉଚ୍ଚ ଶିକ୍ଷା ଏବଂ ଗୁଣାତ୍ମକ ସୁବିଧା ସୁଯୋଗ ଉପଲବ୍ଧ କରାଯିବ। ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ମାନଙ୍କ ସହିତ ଆଲୋଚନା ସମୟରେ ରାହୁଲ କହିଛନ୍ତି ଯେ ପ୍ରତିମାସରେ ମିଳୁଥିବା ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ନାରୀ ନିର୍ଯାତା ବା ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ମୁତୟନ କରାଯିବ। ମହିଳା ଉଦ୍ୟୋଗିଙ୍କୁ ପ୍ରୋତ୍ସାହନ ଦେବାପାଇଁ ଅର୍ଥ ନିଗମ ଗଠନ କରାଯିବ।

- Advertisement -

ଓଡିଶାରେ ମହିଳା ମାନଙ୍କ କ୍ଷେତ୍ରରେ ବୃଦ୍ଧି ପାଉଥିବା ହିଂସା ଉପରେ ଚିନ୍ତା ପ୍ରକଟ କରି ରାହୁଲ କହିଛନ୍ତି, ପ୍ରତିଦିନ ୭ଟି ବଳାତ୍କାରର ଅଭିଯୋଗ ହେଉଛି। ମାତ୍ର ପିଡୀତାଙ୍କୁ ବହୁ ବିଳମ୍ବରେ ନ୍ୟାୟ ମିଳୁଛି। ଓଡିଶାରେ ଅନେକ ଗୁଡିଏ ଖଣି ଖଦାନ ଏବଂ ଟଙ୍କା ରହିଛି, ମାତ୍ର ସେହି ଟଙ୍କା ଆପଣଙ୍କ ପାଇଁ ନୁହେଁ।
ସେହିପରି ସେ ରାଫେଲ ପ୍ରସଙ୍ଗ ଉଠାଇ କହିଛନ୍ତି ଆପଣ ମାନେ ଅନୀଲ ଅମ୍ବାନୀଙ୍କ ନାମ ଶୁଣିଥିବେ। ପ୍ରଧାନମନ୍ତ୍ରୀ ମୋଦୀ ରାଫେଲ ଠିକା ହାଲ ଠାରୁ ଛଡାଇ ତାଙ୍କ ବନ୍ଧୁ ଅନିଲ ଅମ୍ବାନୀଙ୍କୁ ଦେଇଛନ୍ତି। ଯୁଦ୍ଧ ଜାହାଜ ନିର୍ମାଣ କରିବାର କୌ÷ଣସି ଅଭିଜ୍ଞତା ନଥିବା ଅନିଲ ଅମ୍ବାନୀଙ୍କୁ ୩୦ହଜାର କୋଟି ଟଙ୍କାର ଲାଭ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ମୋଦୀ ନିରବ ମୋଦୀ ଏବଂ ମେହୁଲ ଚୌକସିଙ୍କୁ ଜେଲ କାହିଁକି ପଠାଉନାହାନ୍ତି। ସେ କହିଛନ୍ତି ସରକାର ବଦଳାଇବା ଅମର କର୍ତ୍ତବ୍ୟ। ଏଥିପାଇଁ ମହିଳା ମାନଙ୍କୁ ରାଜନୀତିକୁ ଆସିବାକୁ ପଡିବ। ମୃୁ ଚାହୁଁଛି ଲୋକସଭା ଏବଂ ବିଧାନ ସଭାକୁ ଅଧିକ ସଂଖ୍ୟାରେ ମହିଳା ମାନେ ନିର୍ବାଚିତ ହୋଇ ଆସିବା ଦରକାର।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories