ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା ସଙ୍କଟକୁ ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ । ସ୍ଥିତି ଆଉ ଆଗ ଭଳି ନାହିଁ । ସୁଧୁରିବା ଆରମ୍ଭ ହେଲାଣି । ଆଗକୁ ଖୁବଶୀଘ୍ର ସବୁ ସ୍ବାଭାବିକ ହେବ । ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ଏବଂ ବିମାନବନ୍ଦର ପକ୍ଷରୁ ଆଶ୍ବାସନା ଦିଆଯିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
ସୋସିଆଲ ମିଡିଆ ଜରିଆରେ ଫ୍ଲାଇଟ କ୍ୟାନସଲେସନ ନେଇ ସୂଚନା ଦିଆଯାଉଛି । ଯେଉଁମାନେ ନିଜ ଫ୍ଲାଇଟ ବିଷୟରେ ମେସେଜ ପାଇପାରି ନାହାନ୍ତି ସେମାନେ ଘରୁ ବାହାରିବା ପୂର୍ବରୁ ଥରେ ଚେକ୍ କରି ବାହାରନ୍ତୁ ବୋଲି ଏୟାରପୋର୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି ଫ୍ଲାଇଟ କ୍ୟାନସେଲ୍ ହେଲା ତାହା ଯାତ୍ରୀ ମାନଙ୍କୁ ଯଥେଷ୍ଟ ସମୟ ପୂର୍ବରୁ ଜଣାଇ ଦିଆଯାଉଛି ଏବଂ ଆଗକୁ ତାହା ଜାରିରହିବ ।
ସିଆଇଏସଏଫ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଅତି ଆବଶ୍ୟକ ପଡ଼ିଲେ ଯାତ୍ରୀମାନେ ଏକ ଜରୁରୀକାଳିନ ନମ୍ବରରେ ଫୋନ୍ କରିପାରିବେ । ନମ୍ବରଟି ହେଲା
ଜରୁରୀକାଳୀନ ନମ୍ବର- 8280749239
ଅନ୍ୟପଟେ ଉଡ଼ାଣ ତଦାରଖ କରିବା ପାଇଁ ଏକ ଓଭରସାଇଟ ଟିମ୍ ଗଠନ କରାଯାଇଛି । ତାହା ଗୁରୁଗାମସ୍ଥିତ ଅଫିସରେ ରହି କାର୍ଯ୍ୟ କରିବ । ସେଠାରେ ଦୁଇ ଜଣ ଅଧିକାରୀ ସ୍ଥାୟୀ ଭାବେ ରହିବେ । ଟିମ୍ ରେ ୮ଜଣ ବରିଷ୍ଠ ଅପରେସନ୍ସ ଅଧିକାରୀ ରହିବେ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି ।



