www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ସେ ଭାରତରେ ଡାଟା ସେଣ୍ଟର ସ୍ଥାପନ କରୁଥିବା କମ୍ପାନୀ ଗୁଡିକର କ୍ଷମତା ବିଷୟରେ ଜାଣି ଉତ୍ସାହିତ ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିବେଶ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ।

ଭାରତରେ ୧୭.୫ ବିଲିୟନ ଡଲାର ନିବେଶ କରିବ ମାଇକ୍ରୋସଫ୍ଟ  । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି । ସେ ଏହାକୁ ଏସିଆ ମହାଦେଶରେ କମ୍ପାନୀର ସର୍ବବୃହତ ନିବେଶ ବୋଲି କହିଛନ୍ତି । ଶ୍ରୀ ନାଡେଲା ୨୦୩୦ ସୁଦ୍ଧା ଦେଶର ଏଆଇ-ଫାର୍ଷ୍ଟ-ଫ୍ୟୁଚର  ପାଇଁ ଭିତ୍ତିଭୂମି ଏବଂ ସାର୍ବଭୌମ କ୍ଷମତା ନିର୍ମାଣରେ ସାହାଯ୍ୟ କରିବା ପାଇଁ ୧୭.୫ ବିଲିୟନ ଡଲାର ନିବେଶ ଘୋଷଣା କରିଛନ୍ତି । ଯାହା ଗତ ଦୁଇ ମାସ ମଧ୍ୟରେ ଦେଶରେ ତୃତୀୟ ପ୍ରମୁଖ ଏଆଇ-ଚାଳିତ ନିବେଶ । ସେ କହିଛନ୍ତି , ହେବାକୁ ଥିବା ସମସ୍ତ ଡାଟା ସେଣ୍ଟର କ୍ଷମତା ବିଷୟରେ ଜାଣି ଆମେ ବହୁତ ଉତ୍ସାହିତ । ପୁଣେ, ଚେନ୍ନଇ ଏବଂ ମୁମ୍ବାଇରେ ଆମର ପୂର୍ବରୁ ପ୍ରକଳ୍ପ ଅଛି । ଆମେ ହାଇଦ୍ରାବାଦରେ ଦକ୍ଷିଣ ଭାରତ କେନ୍ଦ୍ରୀୟ କ୍ଲାଉଡ୍ କ୍ଷେତ୍ର କରିବାକୁ ଯାଉଛୁ । ଯାହା ପରବର୍ତ୍ତୀ ବର୍ଷ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ନାଡେଲା ନୂଆଦିଲ୍ଲୀରେ ଏକ ମାଇକ୍ରୋସଫ୍ଟ କାର୍ଯ୍ୟକ୍ରମରେ କହିଛନ୍ତି । ନିବେଶ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବିଷୟରେ ସେ କହିଥିଲେ ଯେ, ଆମେ ଏହି ନିବେଶ ପାଇଁ ପ୍ରକୃତରେ ଉତ୍ସାହିତ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ନିବେଶ ବିଷୟରେ ଆମର ଉତ୍ସାହ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଲି ବୋଲି ଶ୍ରୀ ନାଡେଲା କହିଛନ୍ତି । ଭାରତ ଡିଜିଟାଲ୍ କ୍ଷେତ୍ରରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ମାଇକ୍ରୋସଫ୍ଟ ଭାରତୀୟ ଗ୍ରାହକମାନଙ୍କ ପାଇଁ ସାର୍ବଭୌମ ପବ୍ଲିକ୍ କ୍ଲାଉଡ୍ ଏବଂ ସାର୍ବଭୌମ ପ୍ରାଇଭେଟ୍ କ୍ଲାଉଡ୍ ପ୍ରଚଳନ କରୁଛି । ମୁଁ ଭାବୁଛି ଯେ ଲୋକମାନେ ସାର୍ବଭୌମତ୍ୱ ସହିତ ବିଶ୍ୱସ୍ତରୀୟ ସାଇବର ସୁରକ୍ଷା ଏବଂ ସାଇବର ସ୍ଥିରତା ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories