ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ ପାଇଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି । କେବଳ ମୁମ୍ବାଇ ବିମାନବନ୍ଦରରେ, ଗୁରୁବାର ୧୧୮ଟି ବିମାନ ବାତିଲ୍ କରାଯାଇଥିଲା । ଅଧିକାଂଶ ଉଡାଣ ୨-୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା । ଜରୁରୀକାଳୀନ ଟିକଟ ବୁକିଂ କରୁଥିବା ଯାତ୍ରୀମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ଅଧିକ ଭଡ଼ା ଦେଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ବୋର୍ଡିଂ ଗେଟରେ ଫସି ରହିଥିଲେ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ସେବା ବାତିଲ କରିଛି ।
ଅନେକ ବିମାନବନ୍ଦରରେ ଯାତ୍ରୀମାନେ ଚାଲିଥିବା ବାଧା ଉପରେ ଗଭୀର ହତାଶା ପ୍ରକାଶ କରିଛନ୍ତି । ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏୟାରଲାଇନ୍ସର ଆଗମନ ଏବଂ ପ୍ରସ୍ଥାନ ବାତିଲ୍ କରାଯାଇଛି । ବେଙ୍ଗାଲୁରୁ ରେ ୧୦୨ଟି ବିମାନସେବା ବାତିଲ୍ ହୋଇଛି । ମୁମ୍ବାଇରେ ୧୦୪ଟି ଉଡ଼ାଣ ବାତିଲ୍ କରାଯାଇଛି । ହାଇଦ୍ରାବାଦରେ ୯୨ଟି ବାତିଲ୍ କରାଯାଇଛି ।



